www.samajalive.in
Saturday, December 13, 2025
21.1 C
Bhubaneswar

ଏବେବି ଅଛି ଅଛୁଆଁ ଭେଦଭାବ, ଦଳିତ ସାଂସଦଙ୍କୁ ଗ୍ରାମରେ ପୁରାଇ ଦେଲେନି ଲୋକେ

ଚିତ୍ରଦୂର୍ଗ: କର୍ଣ୍ଣାଟକର ଚିତ୍ରଦୂର୍ଗରେ ଜଣେ ବିଜେପି ସାଂସଦଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଏକ ଗ୍ରାମକୁ ପ୍ରବେଶ କରିବାକୁ ଦିଆଯାଇନାହିଁ । ସଂସଦ ଏ.ନାରାୟଣସ୍ବାମୀ ଦଳିତ ଜାତିର ହୋଇଥିବାରୁ ତାଙ୍କ ପ୍ରବେଶ ଉପରେ ଗ୍ରାମବସୀମାନେ ପ୍ରତିବନ୍ଧକ ଲଗାଇଛନ୍ତି । ଏ.ନାରାୟଣସ୍ଵାମୀ କିଛି ସରକାରୀ ଅଧିକାରୀଙ୍କ ସହ ନିଜ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରୁଥିବା ସମୟରେ ଏହି ଅଘଟଣା ଘଟିଥିଲା।

ଗୋଲରହଟୀ ଗ୍ରାମରେ କେବଳ ଗୋଲ୍ଲା ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ସେହି ଗ୍ରାମକୁ ପରିଦର୍ଶନ ପାଇଁ ସରକାରୀ ଅଧିକାରୀଙ୍କ ସହ ଏ.ନାରାୟଣସ୍ଵାମୀ ଯାଇଥିବା ବେଳେ ତାଙ୍କୁ ଗ୍ରାମବାସୀମାନେ ଅଛୁଆଁ ବୋଲି କହିବା ସହ ଗ୍ରାମରୁ ବାହାରି ଯିବା ପାଇଁ କହିଥିଲେ । ଗ୍ରାମରେ କୌଣସୀ ଅନୁସୂଚିତ ଜାତିର ଲୋକମାନଙ୍କୁ ପ୍ରବେଶ କରିବାକୁ ଅନୁମତି ନାହିଁ। ବହୁ ସମୟ ଧରି ଯୁକ୍ତିତର୍କ କରିବା ପରେ ଏ.ନାରାୟଣସ୍ଵାମୀ ଅଧିକାରୀଙ୍କ ସହ ସେଠାରୁ ଫେରି ଯାଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

- Advertisement -

ଏନେଇ ଚିତ୍ରଦୂର୍ଗ ଏସପି କହିଛନ୍ତି ଯେ, ଗ୍ରାମ ମଧ୍ୟକୁ ପ୍ରବେଶ କରିବା ପାଇଁ କିଏ ସାଂସଦକୁ ବାରଣ କରିଥିଲେ ତାହା ଏଯାଏଁ ସ୍ପ​‌ଷ୍ଟ ହୋଇପାରିନାହିଁ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ଏହା ସହ ଯାଞ୍ଚ ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଏହି ଘଟଣାକୁ ନେଇ ଏ.ନାରାୟଣସ୍ଵାମୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଗ୍ରାମବାସୀଙ୍କ ସମସ୍ୟା ବୁଝିବାକୁ ଏବଂ ବିଭିନ୍ନ ସୁବିଧା ପ୍ରଦାନ କରିବାକୁ ସରକାରୀ ଅଧିକାରୀଙ୍କ ସହ ସେଠାକୁ ଯାଇଥିଲି। କିନ୍ତୁ ଦଳିତ ଜାତିର ଲୋକଙ୍କୁ ପ୍ରବେଶର ଅନୁମତି ନାହିଁ ବୋଲି କହି ଗ୍ରାମବାସୀମାନେ ସେଠାରୁ ମୋତେ ଫେରାଇ ଦେଇଥିଲେ ।

 

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories