ଯୁବକଙ୍କ ମୃତ୍ୟୁକୁ ନେଇ ସ୍ୱାଭିମାନ ଅଞ୍ଚଳରେ ଉତ୍ତେଜନା
ମାଲକାନଗିରି : ମାଲକାନଗିରି ଜିଲାର ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଏକ ଅଙ୍ଗନବାଡ଼ି କେନ୍ଦ୍ରରୁ ସନ୍ଦେହଜନକ ଅବସ୍ଥାରେ ରବିବାର ତାଙ୍କ ମୃତଦେହ ମିଳିଥିଲା। ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଯୁବକ ଜଣଙ୍କ ଶୁକ୍ରବାର ଯନ୍ତାପାଇ ହାଟକୁ ଯାଇଥିଲେ। ସେଠାରୁ ୨ ଜଣ ବ୍ୟକ୍ତି ତାଙ୍କୁ କେଉଁ ଆଡ଼େ ଡ଼ାକି ନେଇଥିଲେ। ଏହାପରେ ତାଙ୍କର ମୃତଦେହ ମିଳିଥିଲା। ଏଥିସହ ଯବାନମାନେ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମାତ୍ର ପରିବାର ଲୋକେ ମୃତଦେହକୁ ଗ୍ରହଣ କରିନଥିବା ବେଳେ ସ୍ଥାନୀୟ ଲୋକଙ୍କ ସହିତ ପାପରମେଟଲା ଥାନା ନିକଟରେ ଧାରଣାରେ ବସିଛନ୍ତି। ଏହାକୁ ନେଇ ସେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।