ଭୁବନେଶ୍ୱର : ବାରଙ୍ଗରେ ଥିବା ନନ୍ଦନକାନନରେ ରବିବାର ଭୋର ସମୟରେ ଏକ ଦଶ ବର୍ଷୀୟ ହାତୀ ଚନ୍ଦନର ମୃତ୍ୟୁ ହୋଇଛି। ଗତ ୧୩ ରୁ ହାତୀଟି ଅସୁସ୍ଥ ଥିଲା। ହାତୀଟିର ମୃତଦେହ ବ୍ୟବଚ୍ଛେଦ ପରେ ତା’ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ହାତୀ ଚନ୍ଦନର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ହାତୀ ସଂଖ୍ୟା ୬କୁ ହ୍ରାସ ପାଇଛି ବୋଲି ସୂଚନା ମିଳିଛି।
Popular Categories



