www.samajalive.in
Friday, December 12, 2025
16.1 C
Bhubaneswar

ଏମ୍‌ସ ସଫେଇ କଲେ ଅମିତ ଶାହ, ଜେ. ପି. ନଡ୍ଡା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ସାରା ଦେଶରେ ସେବା ସପ୍ତାହ ପାଳନ କରୁଛି। ଶନିବାରଠାରୁ ଏହାର ଶୁଭାରମ୍ଭ ହୋଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏହି ଅବସରରେ ବିଜେପି ସରକାରଙ୍କ ଅନୁଭୂତିକୁ ଲୋକଙ୍କ ନିକଟରେ ପହଞ୍ଚାଇବ। ପ୍ରତି ଜିଲାରେ ୧୦ ଜଣ ଦିବ୍ୟାଙ୍ଗଙ୍କ ଦାୟିତ୍ଵ ନିଆଯିବା ସହିତ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶନିବାର ଦିଲ୍ଲୀ ଏମ୍‌ସ ଯାଇଥିଲେ। ସେଠାରେ ଚିକିତ୍ସିତ ହେଉଥିବା ପିଲାମାନଙ୍କୁ ଭେଟି ଫଳ ବଣ୍ଟନ କରିଥିଲେ। ସେହିପରି ଅମିତ ଶାହ, ନଡ୍ଡାଙ୍କ ସମେତ ବିଜେପି ନେତା ବିଜୟ ଗୋଖଲେ ଏବଂ ବିଜେନ୍ଦ୍ର ଗୁପ୍ତା ଏମ୍‌ସ ପରିସରରେ ସଫେଇ କରିଥିଲେ। ଏହି ସମୟରେ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସାରା ଜୀବନକୁ ଦେଶ ସେବା ପାଇଁ ସମର୍ପି ଦେଇଛନ୍ତି। ସେ ଗରିବଙ୍କ ପାଇଁ କାମ କରିଛନ୍ତି। ତେଣୁ ତାଙ୍କ ଜନ୍ମଦିନ ସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରିବାକୁ ବିଜେପି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories