www.samajalive.in
Friday, December 12, 2025
15.1 C
Bhubaneswar

ଏମଭିଆଇ ପରିଚୟ ଦେଇ ଚାନ୍ଦା ମାଗିଲେ ,ପିଟିଲେ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଶନିବାର ଏକ ଯାତ୍ରୀ ବାହୀ ବସ୍ ଉପରେ ଦୁର୍ବୃତ୍ତ ମାନେ  ଆକ୍ରମଣ କରିଛନ୍ତି । ନିଜକୁ ଏମଭିଆଇ ପରିଚୟ ଦେଇ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଗାଡ଼ି ଚେକିଂ ବାହାନାରେ ଡ୍ରାଇଭରଙ୍କୁ ଚନ୍ଦା ମାଗିଥିଲେ। ଚାନ୍ଦା ନ ଦେବାରୁ ସେମାନ ଡ୍ରାଇଭର ଓ ତୀର୍ଥଯାତ୍ରୀଙ୍କୁ ମଡ଼ ମାରିଥିଲେ ।

ସୂଚନା ଅନୁଯାୟୀ, ଏକ ତୀର୍ଥଯାତ୍ରୀ ବସ ବିହାରରୁ ତୀର୍ଥଯାତ୍ରୀଙ୍କୁ ନେଇ ଓଡ଼ିଶା ଆସୁଥିଲା । ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ୫ ଜଣ ଦୁର୍ବୃତ୍ତ ବସକୁ ଅଟକାଇ ନିଜକୁ ଏମଭିଆଇ ପରିଚୟଦେଇ ଡ୍ରାଇଭରକୁ ଚନ୍ଦା ମାଗିଥିଲେ । ଚାନ୍ଦା ନ ଦେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଦୁର୍ବୃତ୍ତମାନେ ଡ୍ରାଇଭର ଓ ତୀର୍ଥଯାତ୍ରୀଙ୍କୁ ମାରପିଟ କରିଥିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ଡ୍ରାଇଭର ଓ ୨ ମହିଳା ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଏହାକୁ ନେଇ ଟୋଲଗେଟ ପାଖରେ ଉତ୍ତେଜନା ଦେଖା ଦେଇଥିଲା ।  ଖବର ପାଇ ପୁଲିସ ଘଟଣା ସ୍ଥଲରେ ପହଞ୍ଚି ୫ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖିଛି  ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories