ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ସାରା ଦେଶରେ ସେବା ସପ୍ତାହ ପାଳନ କରୁଛି। ଶନିବାରଠାରୁ ଏହାର ଶୁଭାରମ୍ଭ ହୋଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏହି ଅବସରରେ ବିଜେପି ସରକାରଙ୍କ ଅନୁଭୂତିକୁ ଲୋକଙ୍କ ନିକଟରେ ପହଞ୍ଚାଇବ। ପ୍ରତି ଜିଲାରେ ୧୦ ଜଣ ଦିବ୍ୟାଙ୍ଗଙ୍କ ଦାୟିତ୍ଵ ନିଆଯିବା ସହିତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶନିବାର ଦିଲ୍ଲୀ ଏମ୍ସ ଯାଇଥିଲେ। ସେଠାରେ ଚିକିତ୍ସିତ ହେଉଥିବା ପିଲାମାନଙ୍କୁ ଭେଟି ଫଳ ବଣ୍ଟନ କରିଥିଲେ। ସେହିପରି ଅମିତ ଶାହ, ନଡ୍ଡାଙ୍କ ସମେତ ବିଜେପି ନେତା ବିଜୟ ଗୋଖଲେ ଏବଂ ବିଜେନ୍ଦ୍ର ଗୁପ୍ତା ଏମ୍ସ ପରିସରରେ ସଫେଇ କରିଥିଲେ। ଏହି ସମୟରେ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସାରା ଜୀବନକୁ ଦେଶ ସେବା ପାଇଁ ସମର୍ପି ଦେଇଛନ୍ତି। ସେ ଗରିବଙ୍କ ପାଇଁ କାମ କରିଛନ୍ତି। ତେଣୁ ତାଙ୍କ ଜନ୍ମଦିନ ସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରିବାକୁ ବିଜେପି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ।
Popular Categories



