www.samajalive.in
Monday, December 8, 2025
14.1 C
Bhubaneswar

କମ୍ପ୍ୟୁଟର ସମ୍ମୁଖରେ କାର୍ଯ୍ୟ କରୁଛନ୍ତି କି ? ଚକ୍ଷୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ସମୟରେ ଲୋକେ ଅଧିକାଂଶ କାମ ପ୍ରଯୁକ୍ତିବିଦ୍ୟା (ଟେକ୍ନୋଲୋଜି) ଦ୍ୱାରା କରୁଛନ୍ତି। ସକାଳୁ ଉଠିବା ମାତ୍ରେ ଆଖି ପ୍ରଥମେ ସ୍ମାର୍ଟ ଫୋନ ଉପରେ ପଡ଼ିଥାଏ। କାର୍ଯ୍ୟାଳୟରେ ଦିନଯାକ କମ୍ପ୍ୟୁଟର ସମ୍ମୁଖରେ ବସି କାର୍ଯ୍ୟ କରିଥାଆନ୍ତି। ମାତ୍ର ଏହା ଦ୍ୱାରା ଆପଣଙ୍କ ଚକ୍ଷୁ ଉପରେ ବହୁ କୁପ୍ରଭାବ ପଡ଼ିଥାଏ। ତେଣୁ କାର୍ଯ୍ୟର ଆବଶ୍ୟକତା ସହ ନିଜ ଚକ୍ଷୁ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। କିଛି ସହଜ ଉପାୟରେ ଆମେ କମ୍ପ୍ୟୁଟର ସମ୍ମୁଖରେ କାର୍ଯ୍ୟ କରିବା ସହ ନିଜ ଚକ୍ଷୁର ମଧ୍ୟ ଯତ୍ନ ନେଇପାରିବା। ଆସନ୍ତୁ ଜାଣିବା….
କମ୍ପ୍ୟୁଟର ସମ୍ମୁଖରେ କାର୍ଯ୍ୟ କରିବା ସମୟରେ ଲଗାତର ଅଧିକ ସମୟ ପର୍ଯ୍ୟନ୍ତ ବସନ୍ତୁ ନାହିଁ। ୨ରୁ ୩ ଘଣ୍ଟା କାମ କରିବା ପରେ କିଛି ସମୟ ପାଇଁ ବସିବା ସ୍ଥାନରୁ ଉଠି ପବନରେ କିମ୍ବା କାର୍ଯ୍ୟାଳୟର କକ୍ଷରୁ ଆସି ବାହାରେ ଠିଆ ହୁଅନ୍ତୁ। ଏପରି କରିବା ଦ୍ୱାରା ଆଖି ଉପରେ ଅଧିକ ପ୍ରଭାବ ପଡ଼ିନଥାଏ।
କମ୍ପ୍ୟୁଟରକୁ ନିଜ ଆଖି ଠାରୁ ଅତି ନିକଟରେ ରଖନ୍ତୁ ନାହିଁ।
୨ ମାସକୁ ଥରେ ଡ଼ାକ୍ତରଙ୍କ ପରାମର୍ଶରେ ଆଇ ଡ଼୍ରଫ ବ୍ୟବହାର କରନ୍ତୁ।
କାର୍ଯ୍ୟ କରିବାର କିଛି ଘଣ୍ଟା ପରେ ଆଖିର ପଲକକୁ ପକାଇ ୫ ରୁ ୧୦ ମିନିଟ ରଖନ୍ତୁ।
ଆଖି ଦରଜ ଭଳି ଅନୁଭବ ହେଲେ ଆଖି ବନ୍ଦ କରି ହାଲକା ଭାବେ ମୟୂରପୁଚ୍ଛରେ ମାଲିସ କରନ୍ତୁ।
ଡ଼ାକ୍ତରଙ୍କ ପରାମର୍ଶରେ କାର୍ଯ୍ୟକରିବା ସମୟରେ ଚଷମାର ବ୍ୟବହାର କରନ୍ତୁ।
ରାତିରେ ସ୍ମାର୍ଟ ଫୋନର ଅଧିକ ବ୍ୟବହାର କରନ୍ତୁ ନାହିଁ।
କମ୍ପ୍ୟୁଟର ଅଧିକ ବ୍ରାଇଟନେସ ରଖନ୍ତୁ ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories