www.samajalive.in
Saturday, December 13, 2025
27.1 C
Bhubaneswar

ଏକ କୋଟିର ଗଞ୍ଜେଇ ସହ ୪ ଗାଡି ଜବତ, ୪ ଗିରଫ

ସୋରଡା: ବଡ଼ଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା। ଗଜପତି ଜିଲାରୁ ବାହାରକୁ ଚାଲାଣ ହେଉଥିବା ବେଳେ ୨ଟି ମିିନିଟ୍ରକ ଓ ୨ଗୋଟି କାର ସହ ପ୍ରାୟ ୩ଟନ୍ ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି।
ଗୁରୁବାର ସକାଳୁ ଗଜପତି ଜିଲାରୁ ୨ଟି ମିନିଟ୍ରକରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ଥାନା ଅଧିକାରୀ ପାଇଥିଲେ। ଚାଲାଣ ହେଉଥିବା ଗାଡିକୁ ପିଛା କରି ବଡଗଡ-ଶେରଗଡ ରାସ୍ତା ଆକାଶ ନଗରଠାରେ ପୁଲିସ ଧରିବାରେ ସମର୍ଥ ହୋଇଥିଲା। ଦୁଇଟି ମିନିଟ୍ରକ ସହ ଚୋରା ବେପାରୀମାନେ ବ୍ୟବହୃତ କରିଥିବା ୨ଟି କାରକୁ ଜବତ କରାଯାଇଛି। ଏଥିସହିତ ୪ଟି ଯାକ ଗାଡିର ଚାଳକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜାକବ୍ ମାଝି, ମୋଜେସ୍ ଗମାଙ୍ଗ, ସିନ୍ଧୁ ଗମାଙ୍ଗ ଓ ମାନୁଏଲ ମଣ୍ଡଳ। ସମସ୍ତଙ୍କ ଘର ଗଜପତି ଜିଲା ହୋଇଥିବା ବେଳେ ସମସ୍ତେ ପେଶାଦାର ଚୋରା ଗଞ୍ଜେଇ ବେପାରୀ ବୋଲି ଜଣାପଡିଛି।
ଗଜପତି ଜିଲାରୁ ମୋହନା ଦେଇ ବଡଗଡ ରାସ୍ତା ସାଧାରଣତଃ ଜଙ୍ଗଲ ରାସ୍ତା ହୋଇଥିବା ଯୋଗୁଁ ଆନ୍ତଃରାଜ୍ୟ ଚୋରା ବେପାରୀଙ୍କ ଚରାଭୂଇଁ ପାଲଟିଛି। ଗତକିଛି ମାସ ମଧ୍ୟରେ ସୋରଡା ଓ ବଡଗଡ ପୁଲିସ ଦ୍ବାରା ଅନେକ ଥର ବହୁ ଚୋରା ବେପାରୀ ଧରାପଡିଛନ୍ତି। ଆଜିର ଏହି ଚଢ଼ଉ ପରେ ପୁଲିସର ମନୋବଳ ବୃଦ୍ଧି ପାଇଛି। ସୋରଡା ଅତିରିକ୍ତ ତହସିଲଦାର କୁରେଷୁ ଚନ୍ଦ୍ର ଜାନି ଓ ଆସିକା ଏସ୍‌ଡିପିଓଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଚଢ଼ଉରେ ବଡଗଡ ଥାନା ଅଧିକାରୀ ପି.କେ.ତ୍ରିପାଠୀଙ୍କ ନେତୃତ୍ବରେ ଏସଆଇ ଦେବଦତ୍ତ ପ୍ରିୟଦର୍ଶୀ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories