www.samajalive.in
Friday, December 12, 2025
26.1 C
Bhubaneswar

କୃଷି ପ୍ରତି ସରକାରଙ୍କ ନୂଆ ଆଭିମୁଖ୍ୟ ରହିଛି – ମୋଦୀ

ମଥୁରା: ଦେଶର ଅର୍ଥନୈତିକ ବିକାଶରେ ଗୃହପାଳିତ ପ୍ରାଣୀ ଓ ପରିବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଅର୍ଥ ବ୍ୟବସ୍ଥା ଓ ପ୍ରକୃତି ସହ ତାଳମେଳ ଜରିଆରେ ଏକ ମଜବୁତ୍‍ ନୂଆ ଭାରତ ଗଠନ ଦିଗରେ ସରକାର ଆଗେଇ ଚାଲିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଉତ୍ତର ପ୍ରଦେଶର ମଥୁରାଠାରେ କେତେକ ନୂଆ ଯୋଜନାର ଶୁଭାରମ୍ଭ କରି ମୋଦୀ କହିଛନ୍ତି, ସ୍ୱଚ୍ଛ ଭାରତ, ଜଳଜୀବ ମିଶନ ଏବଂ ଅନ୍ୟାନ୍ୟ କୃଷି ଓ ପଶୁପାଳନ ସମ୍ପର୍କିତ ଯୋଜନାଗୁଡ଼ିକ ଆର୍ଥିକ ବ୍ୟବସ୍ଥାରେ ସାମିଲ୍‍ କରାଯାଇଛି। ସେ କହିଛନ୍ତି, ଗତ ୫ ବର୍ଷ ଭିତରେ କୃଷି ପ୍ରତି ସରକାର ନୂଆ ଆଭିମୁଖ୍ୟ ସହ ଆଗେଇ ଚାଲିଛନ୍ତି ଏବଂ ଏଥିଲାଗି ବିଭିନ୍ନ ବିକଳ୍ପ ବ୍ୟବସ୍ଥାକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ପରିବ୍ୟାପ୍ତ କରିବାପାଇଁ ନବୀନତା ଓ ନୂଆ କାରିଗରି ବିଦ୍ୟାର ଆବଶ୍ୟକତା ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି, ଷ୍ଟାର୍ଟଅପ୍‍ ପାଇଁ ଦେଖାଦେଉଥିବା ପ୍ରତିବନ୍ଧକଗୁଡ଼ିକର ମୁକାବିଲା କରିବା ସକାଶେ ଗ୍ରାମାଞ୍ଚଳରୁ ଅଭିନବତା ଆରମ୍ଭ ହୋଇଛି। ଅକ୍ଟୋବର ମାସ ୨ ତାରିଖରୁ ନିଜ ଘରୁ, କାର୍ଯ୍ୟାଳୟରୁ ଓ କର୍ମକ୍ଷେତ୍ରରୁ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‍ ବର୍ଜନ କରିବାପାଇଁ ମୋଦୀ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନକୁ ଆଗେଇ ନେବାପାଇଁ ମୋଦୀ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀ, ନାଗରିକ ସମାଜ, ସାମାଜିକ ସଙ୍ଗଠନ, ଯୁବ ସଙ୍ଗଠନ, ମହିଳା ସଂଘ, କ୍ଳବ୍‍, ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି।

- Advertisement -

ଉତ୍ତର ପ୍ରଦେଶର ମଥୁରାରୁ ଗୃହପାଳିତ ପଶୁମାନଙ୍କର ଫାଟୁଆ ଓ ମୁହଁ ରୋଗ ଆଦି ଦୂରୀକରଣ ପାଇଁ ସେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଗାଈ, ମଇଁଷି, ମେଣ୍ଢା, ଛେଳି ଓ ଘୁଷୁରୀ ଆଦି ୫ ଲକ୍ଷ ପଶୁଙ୍କୁ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ୧୩ ହଜାର କୋଟି ଟଙ୍କା ବ୍ୟୟରେ ୨୦୨୪ ମସିହା ପର୍ଯ୍ୟନ୍ତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories