www.samajalive.in
Friday, December 12, 2025
26.1 C
Bhubaneswar

‘ଛିଛୋରେ-୨’ ଆସିପାରେ

ମୁମ୍ବଇ: ସାଜିଦ୍ ନାଦିଆୱାଲା ପ୍ରଯୋଜିତ ଓ ନିତେଶ ତିୱାରୀ ନିର୍ଦେଶିତ ‘ଛିଛୋରେ’ ଚଳଚ୍ଚିତ୍ର ଗତ ସପ୍ତାହରେ ସର୍ବଭାରତୀୟସ୍ତରରେ ମୁକ୍ତିଲାଭ କରିଥିଲା। କମ୍ ବଜେଟ୍‌ରେ ନିର୍ମିତ ଏଇ ଚଳଚ୍ଚିତ୍ର ଖୁବ୍ ଭଲ ବ୍ୟବସାୟ କରିବା ସହ ବରିଷ୍ଠ ପିଢ଼ି ଚଳଚ୍ଚିତ୍ରର କାହାଣୀକୁ ଖୁବ୍ ପସନ୍ଦ କରିଛନ୍ତି। ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂ ରାଜପୁତ୍, ଶ୍ରଦ୍ଧା କପୁର, ବରୁଣ ଶର୍ମା ଅଭିନୟ କରିଥିବାବେଳେ ଏହାର ଦ୍ବିତୀୟ ଭାଗ ନିର୍ମାଣ ହେବ ବୋଲି ଶୁଣାଯାଉଛି। ଛିଛୋରେ କାହାଣୀ ସତ ଘଟଣା ଉପରେ ଆଧାରିତ। ନିତେଶଙ୍କ କହିବାନୁସାରେ ଥରେ ସେ ଦିଲ୍ଲୀ ଯାଉଥିଲେ। ବିମାନରେ ତାଙ୍କ ପାଖ ସିଟ୍‌ରେ ବସିଥିବା ଯାତ୍ରୀଜଣକ ଅଙ୍ଗେନିଭା କାହାଣୀକୁ ହିଁ ସେ ଛିଛୋରେ ଚଳଚ୍ଚିତ୍ରର ରୂପ ଦେଇଛନ୍ତି। ସେହି ବ୍ୟକ୍ତି ଓ ତାଙ୍କ ପତ୍ନୀ ବେଶ୍ ଉଚ୍ଚ ପଦରେ କାମ କରୁଥିବାବେଳେ ଏକମାତ୍ର ଝିଅ ପାଠପଢ଼ାରେ ସେଭଳି ଆଗୁଆ ନଥିଲା। ସବୁବେଳେ ଏଥିପାଇଁ ଝିଅ ଅବସାଦରେ ରହିବା ସହ ସାହିପଡ଼ିଶା, ସାଙ୍ଗସାଥିଙ୍କ ସହ ମିଶିବା ନିମନ୍ତେ ତାକୁ ଲାଜ ଲାଗୁଥିଲା। କାରଣ ବାପା-ମା’ ଏତେ ଭଲ କମ୍ପାନୀରେ କାମ କରୁଥିବାବେଳେ ଝିଅ ତାଙ୍କର ସବୁଥିରେ ପଛୁଆ। ପିଲାଙ୍କୁ ଏଭଳି ଚିନ୍ତାଧାରାରୁ ବାହାର କରିବା ନିମନ୍ତେ ବାପା-ମା’ମାନେ ଆଜିକାଲି ଯଥା ସାଧ୍ୟ ଚେଷ୍ଟା କରୁଛନ୍ତି। ଏଭଳି ବାସ୍ତବ ଘଟଣାକୁ ଖଉବ୍ ସୁନ୍ଦର ଭାବେ ନିତେଶ ନିଜ ନିର୍ଦେଶିତ ଚଳଚ୍ଚିତ୍ରରେ ଚିତ୍ରାୟିତ କରିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories