www.samajalive.in
Wednesday, December 10, 2025
23.1 C
Bhubaneswar

ପାକିସ୍ତାନ ଅବସ୍ଥା ଶୋଚନୀୟ; ପେଟ୍ରୋଲ-ଡିଜେଲଠାରୁ ମହଙ୍ଗା ହେଲା କ୍ଷୀର

ଇସଲାମାବାଦ : ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଖାଦ୍ୟ-ପାନୀୟଠୁ ନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଛି। ସେଠାରେ ଏବେ ପେଟ୍ରୋଲ ଓ ଡିଜେଲଦରଠାରୁ କ୍ଷୀର ଦର ଅଧିକରେ ପହଞ୍ଚିଛି। ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ଚ୍ଛିନ୍ନ କରିବା ପାକିସ୍ତାନକୁ ମହଙ୍ଗା ପଡିଛି।

ପେଟ୍ରୋଲ ଦର ଲିଟର ପ୍ରତି ୧୧୭ ଟଙ୍କା ୮୩ ପଇସା ଓ ଡିଜେଲ ଦର ଲିଟର ପ୍ରତି ୧୩୨ ଟଙ୍କା ୪୭ ପଇସା (ପାକିସ୍ତାନ ଟଙ୍କା) ଥିବାବେଳେ କ୍ଷୀର ଦର ଲିଟର ପ୍ରତି ୧୪୦ ଟଙ୍କାରେ ପହଞ୍ଚିଛି। କ୍ଷୀର ଭଳି ଅନ୍ୟ ଅତ୍ୟାବଶ୍ୟକୀୟ ଦର ମୂଲ୍ୟରେ ବୃଦ୍ଧି ଘଟିଛି। ଏବେ ମହରମ ଅବରସରରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ସେହିପରି ପାକିସ୍ତାନରେ କିରୋସିନ ଲିଟର ପ୍ରତି ୯୯ ଟଙ୍କା ୫୭ ପଇସାରେ ବିକ୍ରି ହେଉଥିବା ବେଳେ ସିଏନଜି ଗ୍ୟାସ କିଲୋ ପ୍ରତି ୮୫ ଟଙ୍କା ୫୦ ପଇସାରେ ବିକ୍ରି ହେଉଛି। ପାକିସ୍ତାନରେ ପେଟ୍ରୋଲିୟମ ପଦାର୍ଥରେ ୧୭% ଜିଏସଟି ଲଗାଯାଉଛି। ଆସନ୍ତା ମାସ ସମୀକ୍ଷା ପରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ କରାଯିବ ବୋଲି ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପଟେ କ୍ଷୀରର ଦର ପାକିସ୍ତାନ ସରକାର ୯୪ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଏହା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ମହରମ ସମୟରେ କ୍ଷୀର ୧୪୦ ଟଙ୍କାରେ ବିକ୍ରି ହେଉଛି। କ୍ଷୀର ଦୋକାନ କେବଳ ସକାଳେ ଓ ସନ୍ଧ୍ୟାରେ ଖୋଲାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଭାରତର ଏକ ଟଙ୍କାର ବିନିମୟ ମୂଲ୍ୟ ପାକିସ୍ତାନର ୨.୧୮ ଟଙ୍କା ସହ ସମାନ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories