ଶିବଙ୍କର ପୁତ୍ର କାର୍ତ୍ତିକ , ଗଣେଶଙ୍କୁ ଜାଣିଛନ୍ତି ଏବେ ଜାଣନ୍ତୁ ତାଙ୍କ କନ୍ୟାମାନଙ୍କ ବିଷୟରେ

0

ଦେବ ଦେବ ମହାଦେବ । ତାଙ୍କର ପୁତ୍ର କାର୍ତ୍ତିକ ଓ ବିଘ୍ନହର୍ତ୍ତା ଗଣେଶଙ୍କ ବିଷୟରେ ସମସ୍ତେ ଜାଣନ୍ତି । ହେଲ ଶିବଙ୍କର କନ୍ୟାମାନଙ୍କର ବିଷୟରେ ଅଧିକାଂଶ ଲୋକ ଜାଣି ନାହାନ୍ତି ।  ଥରେ ଶିବଙ୍କର ପତ୍ନୀ ଦେବୀ ପାର୍ବତୀ ବିଶ୍ୱର ସବୁଠାରୁ ସୁନ୍ଦର ଉଦ୍ୟାନ ସ୍ୱର୍ଗର ଉଦ୍ୟାନ ନନ୍ଦନ ବନକୁ ଭ୍ରମଣ କରିବା ଉଦେଶ୍ୟରେ ଯାଇଥିଲେ । ସେଠାରେ ପଞ୍ଚିବାପରେ ରେ କଳ୍ପବୃକ୍ଷ ତଳେ କିଛି ସମୟ ବିଶ୍ରାମ ନେଇଥିଲେ ।  ପାର୍ବତୀ କଳ୍ପବୃକ୍ଷ ଦେଖି ତାକୁ ସାଙ୍ଗରେ ନେବାପାଇଁ ଇଚ୍ଛା ପ୍ରକାଶ କଲେ । ଶିବ ତାଙ୍କର ଏହି ଇଚ୍ଛା ପୂରଣ କରିଥିଲେ । କଳ୍ପବୃକ୍ଷକୁ ନିଜ ନିବାସ ନିକଟରେ ରୋପଣ କରାଯାଇଥିଲା। ଶିବ ଉପସ୍ଥିତ ନ ଥିବା ସମୟରେ ପାର୍ବତୀ  କଳ୍ପ ବୃକ୍ଷ ନିକଟରେ ଏକୁଟିଆ ବସିଥିଲେ । ସେ ଏହି ସମୟରେ ସମସ୍ତ ଇଚ୍ଛାପୂରଣ କରୁଥିବା କଳ୍ପ ବୃକ୍ଷକୁ ଏକ କନ୍ୟା ଦେବା ପାଇଁ ନିର୍ଦେଶ ଦେଇଥିଲେ ।  କଳ୍ପବୃକ୍ଷ ପାର୍ବତୀଙ୍କୁ ଯେଉଁ କନ୍ୟା ପ୍ରଦାନ କଲେ ତାଙ୍କ ନାମ ଅଶୋକ ସୁନ୍ଦରୀ । ସେ ନହୁଷ ନାମକ ରାଜାଙ୍କୁ ବିବାହ କରିଥିଲେ ।

ଏହାକୁ ନେଇ ବି ଏକ ଉପାଖ୍ୟାନ ରହିଛି । ଅଶୋକା ସୁନ୍ଦୀର ବହୁତ ସୁନ୍ଦର । ତାଙ୍କୁ ହୁନ୍ଦ ନାମକ ରାକ୍ଷସ ବିବାହ କରିବାକୁ ଜିଦ୍  କରିଥିଲା । ଅଶୋକା ସୁନ୍ଦରୀ ହୁନ୍ଦକୁ ନହୁଷଙ୍କ ହାତରେ ବଧ ହେବା ପାଇଁ ଅଭିଶାପ ଦେଇଥିଲେ । ହୁନ୍ଦ ନହୁଷଙ୍କୁ ପିଲାବେଳୁ ଅପରହରଣ କରି ନେଇଥିଲା । ତାକୁ ହତ୍ୟା କରି ରାନ୍ଧିବା ପାଇଁ ହୁନ୍ଦ ରାକ୍ଷସ ନିଜ ସ୍ତ୍ରୀକୁ ଦେଇଥିଲା । ସେ ନେଇ ରୋଷୟାକୁ ଦେଇଥିଲା । ହେଲେ ରୋଷୟା ନହୁଷଙ୍କୁ ହତ୍ୟା ନକରି ବଶିଷ୍ଟ ଋଷିଙ୍କର ଆଶ୍ରମ ରେ ଛାଡିଥିଲା ।  ରାକ୍ଷସକୁ ପଶୁ ମାଂସ ରୋଷାଇ କରି ଦେଇଥିଲା ।ବଶିଷ୍ଟଙ୍କ ଆଶ୍ରମରେ ଶିକ୍ଷା ଦୀକ୍ଷା ଗ୍ରହଣ କରିବା ପରେ ହୁନ୍ଦ ରାକ୍ଷସଙ୍କୁ ସେ ବଧ କରିଥିଲେ ।

ଶିବ ପାର୍ବତୀଙ୍କର ଆଉ ଏକ କନ୍ୟାଙ୍କର ନାମ ହେଉଛି ଜ୍ୟୋତି । ସେ ଦେବୀ ପାର୍ବତୀଙ୍କର ମଥାରୁ ବାହାରିଥିବା ଉଜ୍ଜଳ ରଶ୍ମୀରୁ ଜ୍ୟୋତିଙ୍କର ଆବିର୍ଭାବ ହୋଇଥିଲା । ତାଙ୍କୁ ରେକି ଓ ଜ୍ୱାଳାମୂଖୀ ନାମରେ ବି ଜଣାଯାଏ । ତାମିଲନାଡୁର ଅନେକ ମନ୍ଦିରରରେ ତାଙ୍କର ପୂଜାର୍ଚ୍ଚାନା ହୁଏ ।

ଦେବୀ ମନଷାଙ୍କୁ ଶିବଙ୍କର ତୃତୀୟ କନ୍ୟା କୁହାଯାଏ ।  ସେ ହେଉଛନ୍ତି ନାଗରାଜ ବାସୁକୀଙ୍କର ଭଉଣୀ । ତାଙ୍କୁ ସର୍ପମାନଙ୍କର ଦେବୀ ଭାବେ ବି ପୂଜାର୍ଚ୍ଚନା କରାଯାଇଥାଏ ।

Leave A Reply