www.samajalive.in
Wednesday, December 10, 2025
14.1 C
Bhubaneswar

ଦୁର୍ଘଟଣାରେ ରେଭେନ୍ସା ଛାତ୍ରୀଙ୍କ ମୃତ୍ୟୁ ଘଟଣା; ଛାତ୍ରଛାତ୍ରୀଙ୍କ ରାସ୍ତାରୋକ ଆନ୍ଦୋଳନ ଜାରି

କଟକ: ଟ୍ରକ୍କା ଧକ୍କାରେ ରେଭେନ୍ସା ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଛି । ଟ୍ରକ୍କ ଚାଳକକୁ ଗିରଫ ଦାବିରେ ଶତାଧିକ ଛାତ୍ରଛାତ୍ରୀମାନେ କଲେଜ ଛକ ନିକଟରେ ଶୁକ୍ରବାର ରାସ୍ତା ଅବରୋଧ କରିଛନ୍ତି । ଏହା ସହ ଛତ୍ର ବଜାରରୁ ଆସୁଥିବା ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଏବଂ ମୃତ ଛାତ୍ରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ରେଭେନ୍ସା ବିଶ୍ବବିଦ୍ୟାଳୟର ଅନ୍ନପୂର୍ଣ୍ଣା ଚୌଧୁରୀ ନାମକ ଯୁକ୍ତତିନି ଶେଷ ବର୍ଷର ଜଣେ ଛାତ୍ରୀ କ୍ଲାସ ସାରି ଘରକୁ ଫେରୁଥିବା ବେଳେ ଗୁରୁବାର ଅପରାହ୍ନ ୧ଟା ୧୭ ମିନିଟରେ ଏକ ଟ୍ରକ୍କା ତାଙ୍କୁ ଧକ୍କା ଦେଇ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ କଲେଜ ଛକରେ ଉତ୍ତେଜନା ପ୍ରକାଶ ପାଇବା ପରେ ପ୍ରାୟ ଦୁଇ ଘଣ୍ଟା ରାସ୍ତାରୋକ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories