www.samajalive.in
Wednesday, December 10, 2025
14.1 C
Bhubaneswar

ଆଜମ ଖାନଙ୍କ ଘରେ ୱାରେଣ୍ଟ ନୋଟିସ ଲଗାଇଲା ପୁଲିସ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାମପୁରର ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୧୦ର ଏକ ପୁରୁଣା ମାମଲାରେ ରାମପୁର ଏସିଜିଏମ୍‌ କୋର୍ଟ ଆଜମ ଖାନଙ୍କ ନାମରେ ୱାରେଣ୍ଟ ଜାରି କରିଛନ୍ତି। ସେପ୍ଟେମ୍ବର ୧୧ ତାରିଖରେ କୋର୍ଟରେ ହାଜର ହେବାକୁ ନୋଟିସରେ କୁହାଯାଇଛି। ପୁଲିସ ଏହି ୱାରେଣ୍ଟକୁ ତାଙ୍କ ଘରେ ଲଗାଇ ଦେଇଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ଆଜମ ଖାନଙ୍କ ହମ୍‌ସଫର ରିସର୍ଟରେ ବିଦ୍ୟୁତ ଏବଂ ପାଣି ଚୋରି ହେଉଥିବା ଜଣାପଡ଼ିଥିଲା। ଏହା ପରେ ରିସର୍ଟର ବିଦ୍ୟୁତ ଏବଂ ପାଣି ସଂଯୋଗ କାଟି ଦିଆଯାଇଥିଲା। ବିଦ୍ୟୁତ ଚୋରି ଘଟଣାରେ ଅଭିଯୋଗ ଦାଖଲ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ରିସର୍ଟରେ ପାଣିର ଅପବ୍ୟବହାର ଘଟଣାର ତଦନ୍ତ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଆଜମ ଖାନଙ୍କ ପତ୍ନୀ ତଥା ରାଜ୍ୟସଭା ସଦସ୍ୟ ଡା. ତଜୀନ ଫାତ୍ମାଙ୍କ ନାମରେ ରିସର୍ଟରେ ବିଦ୍ୟୁତ ସଂଯୋଗ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories