ଦୁଷ୍କର୍ମ ମାମଲାରେ ସିପାହୀ ବହିଷ୍କୃତ

0

ଗଞ୍ଜାମ : ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗୁରୁବାର ଜଣେ ସିପାହୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ, ନବନିଯୁକ୍ତ ସିପାହୀ ବାଦଲ ବେହେରା ଜଣେ ମହିଳାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଥିଲେ। ପରବର୍ତ୍ତି ସମୟରେ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ। ମହିଳା ଜଣକ ଭୟଭୀତ ହୋଇ ଓ ମାନସିକ ଭାରସାମ୍ୟ  ହରାଇ ଅଗଷ୍ଟ ୩ରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପରେ ମୃତ ମହିଳାଙ୍କ ବାପା ଗଞ୍ଜାମ ଥାନାରେ ଆଉ ଏକ ମାମଲା ରୁଜୁ କରିଥିଲେ।

ସିପାହୀ ବାଦଲ ବେହେରାଙ୍କୁ ତାଙ୍କର ନୈତିକ ସ୍ଖଳନ, ଅନୁଚିତ ଆଚରଣ, ମହିଳାଙ୍କୁ ଯୌନ ନିର୍ଯାତନା ଓ ହତ୍ୟା ଧମକ ଆଦି କାରଣ ପାଇଁ ଗୁରୁବାର ଚାକିରିରୁ ବହଷ୍କାର କରାଯାଇଛି। ପୂର୍ବରୁ ଏହିକାରଣ ପାଇଁ ସେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି।

 

Leave A Reply