www.samajalive.in
Saturday, December 13, 2025
14.1 C
Bhubaneswar

ଅଯୋଧ୍ୟା ରାୟ ଉପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ; ୯୯ ଗିରଫ, ୬୫ ମାମଲା ରୁଜୁ

ଲକ୍ଷ୍ନୌ: ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ମାମଲାରେ ଗତ ଶନିବାର ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଥିଲେ। ବିବାଦୀୟ ସ୍ଥଳକୁ ହିନ୍ଦୁ ପକ୍ଷଙ୍କୁ ପ୍ରଦାନ କରିବା ଏବଂ ମୁସଲମାନଙ୍କୁ ମସଜିଦ ନିର୍ମାଣ କରିବା ଲାଗି ଅଯୋଧ୍ୟା ସହରର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜାଗା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଜାରି କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନେଇ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଛନ୍ତି। ଏ ନେଇ ଉତ୍ତର ପ୍ରଦେଶ ପୁଲିସ ୬୫ଟି ମାମଲା ରୁଜୁ କରିଥିବାବେଳେ ୯୯ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ସୁଦ୍ଧା ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ୧୩ ହଜାର ୧୬ଟି ସୋସିଆଲ ମିଡିଆ ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସେଗୁଡ଼ିକୁ ହଟାଇ ଦିଆଯାଇଛି। ରାଜ୍ୟ ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ବିଜେପି ଏବଂ କଂଗ୍ରେସ ଏହାକୁ ସ୍ବାଗତ କରିଥିଲେ। କିନ୍ତୁ ଏଆଇଏମଆଇଏମ ସଭାପତି ଅସଉଦ୍ଦିନ ଓୱେସୀ ରାୟକୁ ‘ତଥ୍ୟ ଉପରେ ବିଶ୍ଵାସ’ର ବିଜୟ ବୋଲି ଦର୍ଶାଇଥିଲେ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories