www.samajalive.in
Saturday, December 13, 2025
14.1 C
Bhubaneswar

କର୍ଣ୍ଣାଟକର ଅଯୋଗ୍ୟ ଘୋଷିତ ୧୭ ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ଅଶ୍ଵସ୍ତି, ଲଢ଼ିପାରିବେ ନିର୍ବାଚନ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ୧୭ ବିଧାୟକଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ସାମାନ୍ୟ ଅଶ୍ଵସ୍ତି ମିଳିଛି। ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଠିକ୍‌ ବୋଲି ଦର୍ଶାଇଛନ୍ତି। ଅର୍ଥାତ କଂଗ୍ରେସ ଏବଂ ଜେଡିଏସର ୧୭ ବିଧାୟକ ଅଯୋଗ୍ୟ ପ୍ରମାଣିତ ହୋଇଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ବିଧାୟକମାନଙ୍କୁ କିଛିଟା ଅଶ୍ଵସ୍ତି ପ୍ରଦାନ କରିଛନ୍ତି। କାରଣ ନିର୍ବାଚନ ଲଢ଼ିବା ନେଇ ବିଧାୟକମାନଙ୍କ ଉପରେ ବାଚସ୍ପତି ଲଗାଇଥିବା କଟକଣାକୁ ସୁପ୍ରିମକୋର୍ଟ ଉଠାଇଦେଇଛନ୍ତି। ଏହି ବିଧାୟକମାନେ ନିର୍ବାଚନ ଲଢ଼ିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆଗାମୀ ଡିସେମ୍ବର ୫ରେ କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଅଯୋଗ୍ୟ ବିଧାୟକମାନେ ନିର୍ବାଚନ ଲଢ଼ିପାରିବା ସ୍ପଷ୍ଟ ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି, ବିଧାୟକମାନେ କେତେଦିନ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ଆଉ କେତେଦିନ ଯାଏ ଲଢ଼ିପାରିବେ ନାହିଁ ତାହା ବାଚସ୍ପତି ସ୍ଥିର କରିପାରିବେ ନାହିଁ। ସୂଚନାଯୋଗ୍ୟ, କର୍ଣ୍ଣାଟକ ସରକାରରୁ ହଠାତ୍‌ ସମର୍ଥନ ପ୍ରତ୍ୟାହାର କରି ସରକାର ଭାଙ୍ଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୧୭ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷିତ କରିଥିଲେ। ଏହା ସହିତ ଏହି ବିଧାୟକମାନେ ବିଧାନସଭା କାର୍ଯ୍ୟକାଳ ସରିବା ଭିତରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କଟକଣା ଲଗାଇଥିଲେ।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories