www.samajalive.in
Friday, December 5, 2025
17.1 C
Bhubaneswar

ନିଜାମୁଦ୍ଦିନ: ଜମାତରୁ ଉତ୍ତରପ୍ରଦେଶ ଯାଇଥିବା ୯୭ ଜଣ କରୋନା ପଜିଟିଭ

ଲକ୍ଷ୍ନୌ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ମରକଜ ଜମାତରୁ ସାରା ଦେଶକୁ କରୋନା ଭୂତାଣୁ ଅତି ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହି ଜମାତରୁ ତେଲେଙ୍ଗାନା ଯାଇଥିବା ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୋଟ ୧୦ ଜଣ ପ୍ରାଣ ହରାଇଲେଣି। ଅନ୍ୟପଟେ ଜମାତରୁ ଉତ୍ତରପ୍ରଦେଶକୁ ଯାଇଥିବା ୯୭ ଜଣଙ୍କଠାରେ କରୋନା ପଜିଟିଭ ମିଳିଛି। ଗୁରୁବାର ଏହା ସ୍ପଷ୍ଟ ହେବା ପରେ ଦେଶରେ ସମୂହ ସଂକ୍ରମଣକୁ ଆହୁରି ଦ୍ରୁତତର କରିବ ବୋଲି କୁହାଯାଉଛି। ଏହି ପରିସ୍ଥିତି ପୂରା ଦେଶ ପାଇଁ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ଜମାତରେ ପ୍ରାୟ ୨ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ଏବେ ୧୩୩୦ ଜଣ ପ୍ରଶାସନର ନଜରରେ ରହିଛନ୍ତି। ଏହା ବ୍ୟତୀତ ଗତ ବୁଧବାର ୨୪ରୁ ଅଧିକ ଲୋକ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ୩୩୪ ଜଣଙ୍କଠାରେ କରୋନା ଲକ୍ଷଣ ଥିବାରୁ ସେମାନଙ୍କୁ ମେଡିକାଲରେ ଆଇସୋଲେଶନରେ ରଖାଯାଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories