www.samajalive.in
Saturday, December 6, 2025
14.1 C
Bhubaneswar

ଉହାନ ସହରର କରୋନା ସୁସ୍ଥ ୯୦% ଏବେ ଫୁସଫୁସଜନିତ ରୋଗର ଶିକାର

ବେଜିଂ: କରୋନା ସଂକ୍ରମିତ ସୁସ୍ଥ ହାର ଦେଶରେ ବଢ଼ିବଢ଼ି ଚାଲିଛି । ଏହା ଏକ ଭଲ ଲକ୍ଷଣ । ମାତ୍ର ଏହି ସ୍ଥିତିରେ ଚୀନରୁ ଆସିଛି ଏକ ଖରାପ ଖବର । କରୋନା ସଂକ୍ରମଣ ଉଦ୍ଭବ ହୋଇଥିବା ଉହାନ ସହରରେ କରୋନାରୁ ସୁସ୍ଥ ହୋଇଥିବା ପ୍ରାୟ ୯୦% ରୋଗୀ ଫୁସଫୁସ ଜନିତ ରୋଗର ଶିକାର ହୋଇଛନ୍ତି । କୋଭିଡ଼-୧୯ ଭୂତାଣୁ ସେମାନଙ୍କର ଫୁସଫୁସରେ କ୍ଷତି ଘଟାଇଛି । ସେମାନଙ୍କ ମଧ୍ୟରୁ ୫% ଏବେ ପୁନର୍ବାର ଫୁସଫୁସ୍ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି ।

ୱୁହାନ ବିଶ୍ୱବିଦ୍ୟାଳୟର ଜୋଙ୍ଗନାନ ହସ୍ପିଟାଲର ଏକ ଟିମ୍ ଏପ୍ରିଲରୁ କରୋନାରୁ ସୁସ୍ଥ ହୋଇଥିବା ୧୦୦ ରୋଗୀଙ୍କ ଉପରେ ଅନୁସନ୍ଧାନ କରିଆସୁଛନ୍ତି।  ପ୍ରଥମ ପର୍ଯ୍ୟାୟରେ ଗବେଷକମାନେ ୯୦% ରୋଗୀଙ୍କ ଫୁସଫୁସ କ୍ଷତିଗ୍ରସ୍ତ ଅବସ୍ଥାରେ ଅଛି ବୋଲି ରିପୋର୍ଟ ଦେଇଛନ୍ତି । ଏହି ଲୋକମାନଙ୍କର ଫୁସଫୁସ ଭେଣ୍ଟିଲେସନ ଏବଂ ନିଶ୍ଵାସ-ପ୍ରଶ୍ଵାସ ଏଯାବତ୍ ସ୍ବାଭାବିକ ହୋଇନାହିଁ ।  ଡାକ୍ତରଖାନାରୁ ଡିସଚାର୍ଜ ହେବାର ତିନି ମାସ ପରେ ମଧ୍ୟ କିଛି  ରୋଗୀଙ୍କୁ ଅମ୍ଳଜାନ ମେସିନ୍ ଉପରେ ନିର୍ଭର କରିବାକୁ ପଡ଼ୁଛି  ଓ ୧୦୦ ରୋଗୀଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କ ଶରୀରରୁ ଆଣ୍ଟିବଡ଼ି ଉଭାନ ହୋଇ ଯାଇଛି ବୋଲିବେଜିଂ ୟୁନିଭରସିଟିର ଡୋଙ୍ଗଜିମେନ ହସ୍ପିଟାଲର ଡାକ୍ତର ଲିଆଙ୍ଗ ଟେଙ୍ଗକ୍ସିଆଓ କହିଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories