www.samajalive.in
Monday, December 15, 2025
26.1 C
Bhubaneswar

ବ୍ରିଟେନ ଷ୍ଟ୍ରେନ୍‌ ସଂକ୍ରମିତଙ୍କ ସଂଖ୍ୟା ୯୦କୁ ବୃଦ୍ଧି

ନୂଆଦିଲ୍ଲୀ: ବ୍ରିଟେନରୁ ଭାରତ ଫେରିଥିବା ଅନେକ ଲୋକଙ୍କଠାରେ କରୋନା ଭୂତାଣୁ ନୂଆ ଷ୍ଟ୍ରେନ ଚିହ୍ନଟ ହେଲାଣି। ସେମାନଙ୍କୁ ଠାବ କରି ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଏହା ଭିତରେ ବର୍ତ୍ତମାନ ସୁଦ୍ଧା ୯୦ ଜଣ ଏହି ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି। ଏପରି ସ୍ଥଳେ ଭାରତ ଏବଂ ବ୍ରିଟେନ ଭିତରେ ପୁଣି ଥରେ ବିମାନ ସେବା ଆରମ୍ଭ ହୋଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

Image Source : thehindubusinessline.com

ବ୍ରିଟେନରେ ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ସୃଷ୍ଟି ହେବା ପରେ ଭାରତ ସରକାର ପ୍ରଥମେ ଡିସେମ୍ବର ୩୧ ଏବଂ ପରେ ଜାନୁୟାରୀ ୭ ପର୍ଯ୍ୟନ୍ତ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରିଥିଲେ ସରକାର। କିନ୍ତୁ ପରେ ଜାନୁୟାରୀ ୮ ତାରିଖରୁ ପୁଣି ଥରେ ବିମାନ ଉଡ଼ାଣ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

- Advertisement -

ଏହା ପରେ ଶୁକ୍ରବାରଠାରୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ୮ ତାରିଖରେ ବ୍ରିଟେନରୁ ପ୍ରଥମ ଏୟାର ଇଣ୍ଡିଆ ବିମାନ ଯାତ୍ରୀମାନଙ୍କୁ ଆଣି ଭାରତରେ ପହଞ୍ଚିଛି। ତେବେ ଦିଲ୍ଲୀ ସରକାର ଏହି ଯାତ୍ରୀମାନଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାର କହିଛନ୍ତି, ଭାରତ ଆସିବାକୁ ଥିବା ସମସ୍ତ ବ୍ରିଟେନ ଯାତ୍ରୀଙ୍କର ଦିଲ୍ଲୀ ବିମାନବନ୍ଦରରେ ଆରଟି-ପିସିଆର ପରୀକ୍ଷା କରାଯିବା ବାଧ୍ୟତାମୂଳକ। ଏହାର ଖର୍ଚ୍ଚ ଯାତ୍ରୀମାନଙ୍କୁ ବହନ କରିବାକୁ ପଡ଼ିବ।

Image Courtesy: PTI

ସରକାର ଆହୁରି କହିଛନ୍ତି, ପରୀକ୍ଷା ସମୟରେ ଯେଉଁ ଯାତ୍ରୀମାନେ କରୋନା ପଜିଟିଭ ବାହାରିଲେ ସେମାନଙ୍କୁ ଆଇସୋଲେଶନ ସେଣ୍ଟରରେ ରଖାଯିବ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ହେବ ସେମାନଙ୍କୁ ୭ ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯିବ ଏବଂ ଅବଶିଷ୍ଟ ୭ ଦିନ ସେମାନେ ହୋମ୍‌ କ୍ବାରେଣ୍ଟାଇନରେ ରହିବେ।

ସୂଚନାଯୋଗ୍ୟ, ବ୍ରିଟେନରେ ବି ଭୂତାଣୁ ନୂଆ ଷ୍ଟ୍ରେନ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବହୁ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ନୂଆ ଷ୍ଟ୍ରେନକୁ ନେଇ ସତର୍କତା ଅବଲମ୍ବନ କରାଯାଉଛି। ଅଷ୍ଟ୍ରେଲିଆର ବ୍ରିସ୍‌ବେନରେ କରୋନା ସଙ୍କଟ ଯୋଗୁ ୩ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଜାପାନରେ ବି ଜରୁରିକାଳୀନ ସ୍ବାସ୍ଥ୍ୟ  ପରିସ୍ଥିତି ଘୋଷଣା କରାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories