www.samajalive.in
Saturday, December 6, 2025
15.1 C
Bhubaneswar

ସ୍ଥାପତ୍ୟ ଶିଳ୍ପୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ଓଡ଼ିଶାର ମନ୍ଦିର କଳା

ଭୁବନେଶ୍ୱର : ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ଅନ୍‌ଲାଇନ୍‌ ଚିତ୍ରକଳା ଶିବିର ‘୨୧ ସ୍ୱାଗତମ ୨୧’ ଉଦ୍‌ଘାଟିତ ହୋଇଯାଇଛି। ନୂଆଦିଲ୍ଲୀର ଲଳିତକଳା ଏକାଡ଼େମୀ ସଚିବ ରାମକୃଷ୍ଣ ବେଦଲା ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ କଳାର ଦେବୀ ମାତା ସରସ୍ୱତୀଙ୍କ ଶ୍ଲୋକ ଆବୃତ୍ତି ପରେ ଚିତ୍ରଶିଳ୍ପୀ ଏବଂ ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମର ସଫଳ କାମନା କରିଥିଲେ। ୨୦୨୦ ମସିହାରେ ଦୀର୍ଘ ୯ ମାସ ଧରି ଶିଳ୍ପୀମାନେ ସାମ୍ନା କରିଥିବା ବିପଦରୁ ମୁକ୍ତି ପାଇବା ସହିତ ଚଳିତବର୍ଷ କିପରି ସ୍ୱାଭାବିକ ଭାବରେ ଆର୍ଟ ଗ୍ୟାଲେରୀରେ କଳା ପ୍ରଦର୍ଶନୀ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ, ଆର୍ଟିଷ୍ଟମାନେ ମୁକ୍ତ ଭାବରେ କାର୍ଯ୍ୟ କରନ୍ତୁ ବୋଲି ସେ ଆଶାପ୍ରକାଶ କରିଥିଲେ। ଭାରତୀୟ କଳା ଓ କଳାକାରଙ୍କ ମହାନତା ଉପରେ ଗୁରୁତ୍ୱ ଦେଇବା ସହିତ ବିଶେଷକରି ଓଡ଼ିଶାର ମନ୍ଦିରର କଳା ସ୍ଥାପତ୍ୟ ଶିଳ୍ପୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଇଷ୍ଟର୍ଣ୍ଣ ଫାଉଣ୍ଡେସନର ଏଭଳି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ବେଦଲା ମତବ୍ୟକ୍ତ କରିଥିଲେ।

ଏହି କଳା ଶିବିରରେ ୨୦୨୧କୁ ସ୍ୱାଗତ କରିବାକୁ ଦେଶର ୨୧ଜଣ ଚିତ୍ରକର ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ପଞ୍ଚାନନ ସାମଲ, ବାଲେଶ୍ୱରରୁ ନିକୁଞ୍ଜ ବିହାରୀ ଦାସ, ଆର୍ଯ୍ୟପ୍ରଜ୍ଞା ବସାବଦତ୍ତା, ଦେବଦତ୍ତ ସାହୁ, କିଶୋର ଚନ୍ଦ୍ର ନାୟକ, କେନ୍ଦୁଝରରୁ ମାନସ ଦାସ, ବାଲାଂଦେଶରୁ ଅରୁଣ ଚନ୍ଦ୍ର ବର୍ମୋନ, ଛତିଶଗଡ଼ରୁ ଅନୁପମା ଦେ, ଦିଲ୍ଲୀରୁ ନିରଜା ଚନ୍ଦନା ପେଟରସ ଓ ସୁଧାକର ସେଠି, କର୍ଣ୍ଣାଟକରୁ ଶାଳିନୀ ସିଂ ଓ ସାହେବ ପଶା, ଝାଡ଼ଖଣ୍ଡରୁ କାମିନୀକାନ୍ତ ସ୍ୱାଇଁ, ଚଣ୍ଡୀଗଡ଼ରୁ ଲକବିନ୍ଦର ସିଂ, ମହାରାଷ୍ଟ୍ରରୁ ମାନସୀ ସାଗର, ଉତ୍ତର ପ୍ରଦେଶରୁ ପ୍ରଲୋୟ କୁଣ୍ଡୁ ଓ ରଘୁନାଥ ଜେନା, ପଶ୍ଚିମବଙ୍ଗରୁ ସନ୍ଦୀପ ଦେବ, ମଧ୍ୟପ୍ରଦେଶରୁ ସ୍ୱାତି ଜୈନ ଏବଂ ତାମିଲନାଡ଼ୁରୁୁ ଭି ରାଜଗୋପାଳ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସଭାପତି ପ୍ରଦୀପ୍ତ କିଶୋର ଦାସ ଏହି ଶିଳ୍ପୀ ଶିବିରର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସମ୍ପାଦକ ମନୋଜ ଷଣ୍ଢଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏହି ଅବସରରେ ଇଏଫ୍ଏସିର କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲିକ, ନୃସିଂହ ଚରଣ ଓଝା, କେଶବ ବର୍ଣ୍ଣଟି, ୟାଥୀଶ କସାରଗଡ଼ ଓ ଟିକମ ଖଣ୍ଡପ୍ପା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅନଲାଇନ କଳା ଶିବିର ଜାନୁୟାରୀ ୧୧ ପର୍ଯ୍ୟନ୍ତ ଚାଲିବ। ଏହି ଶିବିରରେ ଶିଳ୍ପୀମାନେ ନିଜର ଚିତ୍ର ମାଧ୍ୟମରେ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବାର କାମନା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories