www.samajalive.in
Saturday, December 6, 2025
17.1 C
Bhubaneswar

୨୪ ଘଣ୍ଟାରେ ଆଉ ୫ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା ; ମୋଟ୍‌ ୯ ନିହତ, ୩ ସହିଦ୍

ଶ୍ରୀନଗର : କାଶ୍ମୀର ଉପତ୍ୟକାରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ସେନା ନଅ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ପାର କରି କରନ ସେକ୍ଟରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଭାରତୀୟ ସେନା ଗୁଳି ପାଞ୍ଚ ଜଣ ଆତଙ୍କବାଦୀ ଟଳି ପଡିଥିଲେ। ଏମାନଙ୍କୁ ମୋଟ୍‌ ୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ମଧ୍ୟ ୪ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଥିଲେ।

ଏଥି ସହିତ ଏହି ଏନକାଉଣ୍ଟରରେ ତିନିଜଣ ଭାରତୀୟ ସେନା ସହିଦ୍ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଆଶଙ୍କା କରାଯାଉଛି। ଏହାପୂର୍ବରୁ ଶୁକ୍ରବାର ରାତିରେ, ଶନିବାର ସକାଳେ ସୁରକ୍ଷା ବାହିନୀ କୁଲଗାମ ଜିଲ୍ଲାର ବାଟପୁରା ଅଞ୍ଚଳକୁ ଅବରୋଧ କରି ଚାରି ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଆତଙ୍କବାଦୀଙ୍କ କବଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ସମସ୍ତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି ଜଣାପଡିଛି। ଏହି ଆତଙ୍କବାଦୀମାନେ ସ୍ଥାନୀୟ ଏକ ହତ୍ୟାକାଣ୍‌ଡରେ ସମ୍ପୃକ୍ତ ଥିଲେ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories