www.samajalive.in
Saturday, December 6, 2025
19.1 C
Bhubaneswar

ଇନ୍ଦ୍ରାକ୍ଷୀରେ ଅବକାରୀ ଚଢ଼ାଉ : ୫ହଜାର ଲିଟର ପୋଚ ନଷ୍ଟ

ଗୋପାଳପୁର : କରୋନା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ କେତେକ ଅସାଧୁ ମଦ ବେପାରୀ ସରକାରୀ ନିର୍ଦ୍ଦେଶାନାମାକୁ ଉଲଘଂନ କରି ନକଲି ଦେଶୀ ମଦ ପ୍ରସ୍ତୁତ କରୁଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଗୋଳନ୍ଥରା ଥାନା ଅନ୍ତର୍ଗତ ଇନ୍ଦ୍ରାକ୍ଷୀରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ୫ ହଜାର ଲିଟର ମଦ ପୋଚ ନଷ୍ଟ କରାଯାଇଛି । ଗତ ଶନିବାର ଦିନ ‘ସମାଜ’ରେ ବିସ୍ତୃତ ଭାବେ ଗୋଳନ୍ଥରା ଅବକାରୀ ଚାର୍ଜ ଏରିଆରେ ନକଲି ମଦ ପ୍ରସ୍ତୁତ ସହ ବେଆଇନ ଭାବେ ବିକ୍ରି କରାଯାଉଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହାକୁ ନଜର ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଗେଂ ଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମ ମିଶ୍ରଙ୍କ ତତ୍ତ୍ଵାବଧାନରେ ଅବକାରୀ ବିଭାଗ ପକ୍ଷରୁ କନିଷି ତହସିଲଦାର ରାଜକିଶୋର ଜେନାଙ୍କ ଉପସ୍ଥିତି ରେ ଇନ୍ଦ୍ରାକ୍ଷୀ ଗ୍ରାମର ତିନୋଟି ସ୍ଥାନରେ ଚଢାଉ କରାଯାଇ ନକଲି ଦେଶୀ ମଦ ପ୍ରସ୍ତୁତ ପାଇଁ ଗୁଡ ଓ ପିଡ଼ିଆର ମିଶ୍ରଣ ରେ ଗଛିତ କରାଯାଇଥିବା ୫ ହଜାର ଲିଟର ପୋତି କୁ ଜବତ କରାଯିବା ସହ ତାହାକୁ ସେଠାରେ ଢାଳି ଦିଆଯାଇଥିଲା। ଏହା ସହ ଘଟଣା ସ୍ଥଳରୁ ୨୫ଟି ମଦ ପ୍ରସ୍ତୁତ ଡ୍ରମ ମଧ୍ୟ ଜବତ କରାଯାଇଛି । ଏହି ଚଢାଉରେ ଅବକାରୀ ମୋବାଇଲ ଷ୍ଟାଇକିଗଂ ଫୋର୍ସ ଇନିସପେକ୍ଟର ଶ୍ରୀଧର ମହାନ୍ତି, ଗୋପାଳପୁର ଅବକାରୀ ସବ ଇନସ୍ପେକ୍ଟର ସନ୍ତୋଷ କୁମାର ସାହୁ ,ଗୋଳନ୍ଥରା ଅବକାରୀ ସବ ଇନସ୍ପେକ୍ଟର ସୁବାଷ ମହାଙ୍କୁଡଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ରହିଥିଲେ। ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ହେବ ଏଠାରେ ଦେଶୀ ମହୁଲି ମାଟି ସ୍ଥାପନ ନିମନ୍ତେ ଅବକାରୀ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଉଥିଲେ ମଧ୍ୟ ଏହା ସମ୍ଭବ ସୋଇପାରୁନାହିଁ।ଯାହା ଫଳରେ ଇନ୍ଦ୍ରାକ୍ଷୀ ଅଞ୍ଚଳର କେତେକ ଅସାଧୁ ମଦ ପ୍ରସ୍ତୁତ କାରୀ ଯଥାରିତି ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ କରି ଇନ୍ଦ୍ରାକ୍ଷୀ ସମେତ ଆଖପାଖ ଅଞ୍ଚଳରେ ବ୍ୟାପକ ପରିମାଣର ଦେଶୀ ମଦ ବିକ୍ରି କରି ଆସୁଛନ୍ତି।ଏହା ମଧ୍ୟରେ ବହୁବାର ଅବକାରୀ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ଦେଶୀ ମଦ ଜବତ ହେଉଥିଲେ ମଧ୍ୟ ଜଣେ ହେଲେ ମଦ ପ୍ରସ୍ତୁତ କାରୀ ଙ୍କୁ ଗିରଫ କରିବାରେ ଉଭୟ ବିଭାଗ ସକ୍ଷମ ହୋଇପାରିନଥିଲା ଜଣାପଡିଛି। ଏଣୁ ବିଭାଗ ପକ୍ଷରୁ କେବଳ ଚଢ଼ାଉ କରି ମଦ ଜବତ କରାଯିବା ସହ ନକଲି ମଦ ପ୍ରସ୍ତୁତ କାରୀ ଙ୍କୁ ମଧ୍ୟ ଗିରଫ କରାଯିବାକୁ ସାଧାରଣ ରେ ଦାବି ହେଉଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories