www.samajalive.in
Sunday, December 7, 2025
26.1 C
Bhubaneswar

୨୦୨୪ ନିର୍ବାଚନ ପୂର୍ବରୁ ସରିବ ୯ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅପ୍ରେଲ ମାସ ପ୍ରଥମ ସପ୍ତାହରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ଜଣ ମନ୍ତ୍ରୀଙ୍କ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ସମାପ୍ତ ହେବ। ତାଲିକାରେ ଓଡ଼ିଶାର ଉଭୟ କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଅଛନ୍ତି। ରାଜ୍ୟସଭା ସଚିବାଳୟ ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପ୍ରେଲ ୨ରେ ଏବଂ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ରେଳ, ସଞ୍ଚାର ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ଅପ୍ରେଲ ୩ରେ ସମ୍ପୂର୍ଣ୍ଣ ହେବ। ଏଥିସହ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ବିଜେଡି ସାଂସଦ ଡ଼ ପ୍ରଶାନ୍ତ ନନ୍ଦ ଓ ଡ଼ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଅପ୍ରେଲ ୩ରେ ଶେଷ ହେବ। ଅଶ୍ୱିନୀ, ପ୍ରଶାନ୍ତ ଓ ଅମରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ଓଡ଼ିଶାର ତିନୋଟି ଆସନ ଖାଲି ପଡ଼ିବ। ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଗୁଜୁରାଟରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, ମହାରାଷ୍ଟ୍ରରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ନାରାୟଣ ରାଣେ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସଦୀୟ ବ୍ୟାପାର ରାଷ୍ଟ୍ୟମନ୍ତ୍ରୀ ଭି ମୁରଲୀଧରନ, କର୍ଣ୍ଣାଟକରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ଇଲେକ୍‌‌ଟ୍ରୋନିକ୍ସ, ଆଇଟି, ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ସୂଚନା ପ୍ରସାରଣ, ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ଡ଼ ଏଲ ମୁରୁଗାନଙ୍କ ରାଜ୍ୟସଭା କାର୍ଯ୍ୟକାଳ ଅପ୍ରେଲ ୨ରେ ଶେଷ ହେଉଛି। ସେହିପରି ରାଜସ୍ଥାନରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ଶ୍ରମ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସାଂସଦ ଭାବେ କାର୍ଯ୍ୟକାଳ ଅପ୍ରେଲ ୩ରେ ସମ୍ପୂର୍ଣ୍ଣ ହେବ। ଏଥିସହ ବିଜେପିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଏବଂ ଓଡ଼ିଶା ବିଜେପି ସଂଗଠନ ସହ-ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ କାର୍ଯ୍ୟକାଳ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅପ୍ରେଲ ୨ରେ ସମାପ୍ତ ହେଉଛି।
ବିଜେପିର ରଣନୀତି ଅନୁଯାୟୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରୁଥିବା ଅଧିକାଂଶ ନେତାଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ କୁହାଯିବ। ଇତିମଧ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନିଜ ଆଡ଼ୁ ଶୀର୍ଷ ନେତୃତ୍ୱଙ୍କୁ ଇଚ୍ଛା ଜଣାଇ ସାରିଛନ୍ତି। ସେହିପରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ବାଲେଶ୍ୱର ଅଥବା କଟକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଯେହେତୁ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଅପ୍ରେଲ ପ୍ରଥମ ସପ୍ତାହରେ ସମାପ୍ତ ହେଉଛି ଭାରତୀୟ ନିର୍ବାଚନ ଆୟୋଗ ନିଶ୍ଚିତ ଭାବେ ଏସବୁ ଆସନ ଲାଗି ଫେବୃଆରୀ ପ୍ରଥମ ସପ୍ତାହରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବେ। ୨୦୨୪ ସାଧରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ତିନୋଟି ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶା ବିଧାନସଭା ସଂଖ୍ୟାଗଣିତ ଅନୁଯାୟୀ ସମସ୍ତ ତିନୋଟି ଆସନ ବିଜେଡି ହାତକୁ ଯାଇପାରେ। ୨୦୧୯ ରାଜ୍ୟସଭା ଉପନିର୍ବାଚନରେ ବିଜେଡି ମୁଖିଆ ତତ୍କାଳୀନ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରି ତାଙ୍କୁ ସଂସଦକୁ ପଠାଇଥିଲେ। ୨୦୨୪ ରାଜ୍ୟସଭା ନିର୍ବାଚନରେ ଠିକ୍‌‌ ସେଭଳି ଘଟଣାର ପୁନାରବୃତ୍ତି ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଯଦି ୨୦୨୪ ରାଜ୍ୟସଭା ନିର୍ବାଚନରେ ଦଳ ସମସ୍ତ ତିନୋଟି ଆସନରେ ପ୍ରାର୍ଥୀ ଦେଇ ବିଜୟୀ ହୁଏ ସେଭଳି ସ୍ଥିତିରେ ଦଳୀୟ ସାଂସଦ ସଂଖ୍ୟା ୧୦ରେ ପହଞ୍ଚିବ ଯାହାକି ବିଜେଡିର ସଂସଦୀୟ ଇତିହାସରେ ସର୍ବାଧିକ ସଂଖ୍ୟା ହେବ। ସମ୍ପ୍ରତି ରାଜ୍ୟସଭାରେ ଦଳର ସାଂସଦ ସଂଖ୍ୟା ୯ ରହିଛି। ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭାରେ ବିଜେଡି ଷଷ୍ଠ ବୃହତ୍ତମ ଦଳ। ୨୦୨୪ ରାଜ୍ୟସଭା ନିର୍ବାଚନ ପରେ ଦଳ ତିନୋଟି ପାହାଚ ଉପରକୁ ଚଢ଼ି ଚତୁର୍ଥ ବୃହତ୍ତମ ରାଜନୈତିକ ଦଳର ମାନ୍ୟତା ପାଇବ। ଏବେ ରାଜ୍ୟସଭାରେ ବିଜେପିର ୯୪ ଜଣ, କଂଗ୍ରେସର ୩୦ ଜଣ, ତୃଣମୂଳ କଂଗ୍ରେସର ୧୩ ଜଣ, ଆମ ଆଦମି ପାର୍ଟି ଓ ଡିଏମକେର ୧୦ ଜଣ ଲେଖାଏଁ ସାଂସଦ ଅଛନ୍ତି। ଅପ୍ରେଲ ପ୍ରଥମ ସପ୍ତାହରୁ ମେ ଦ୍ୱିତୀୟ ସପ୍ତାହ ମଧ୍ୟରେ ୨୦୨୪ ଲୋକସଭା ନିର୍ବାଚନ ସମ୍ଭାବନା ରହିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories