www.samajalive.in
Saturday, December 6, 2025
16.1 C
Bhubaneswar

ନିୟନ୍ତ୍ରଣ ରେଖାରେ ପଡ଼ିଥିବା ୯ଟି ମୋର୍ଟାର ନିଷ୍କ୍ରିୟ କଲା ସେନା

ଜାମ୍ମୁ: ପାକିସ୍ତାନୀ ସେନା ପକ୍ଷରୁ ମାଡ଼ କରାଯାଇଥିବା ୯ଟି ଜୀବନ୍ତ ମୋର୍ଟାରକୁ ଭାରତୀୟ ସେନା ନିଷ୍କ୍ରିୟ କରିଛି। ଏସବୁ ମୋର୍ଟାର ନିୟନ୍ତ୍ରଣ ରେଖା ନିକଟରେ ପଡ଼ିରହିଥିଲା। ବୁଧବାର ବାଲାକୋଟ ସେକ୍ଟରର ସାଣ୍ଡୋଟ, ବାସୋନି ଏବଂ ବାଲାକୋଟ ଗ୍ରାମ ନିକଟରେ ପାଟ୍ରୋଲିଂ ସମୟରେ ଯବାନମାନେ ମୋର୍ଟାର ପଡ଼ିଥିବା ଦେଖିଥିଲେ। ଏହାପରେ ସାହସର ସହିତ ସେଗୁଡ଼ିକୁ ନିଷ୍କ୍ରିୟ କରିଥିଲେ। ଏସବୁ ମୋର୍ଟାରର ଲମ୍ବ ୧୨୦ ମିଲିମିଟର ଥିଲା। ନିକଟରେ ପାକିସ୍ତାନ ପକ୍ଷରୁ ଜାମ୍ମୁ-କାଶ୍ମୀର ବିଭିନ୍ନ ସେକ୍ଟର ସମେତ ପୁଞ୍ଚ ଅଞ୍ଚଳ ସଂଲଗ୍ନ ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଏବଂ ସୁରକ୍ଷା ଭଙ୍ଗ କରିବା ଲାଗି ପାକ୍‌ ସେନା ଏପରି ପ୍ରୟାସ କରିଥିଲା। ଏହି ସମୟରେ ବହୁ ସଂଖ୍ୟାରେ ଗୁଳି ଏବଂ ମୋର୍ଟାର ମାଡ଼ କରାଯାଇଥିଲା। ସେଥିରୁ ଅନେକ ମୋର୍ଟାର ଜୀବନ୍ତ ପଡ଼ି ରହିଥିବା ଅନୁମାନ କରାଯାଉଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories