www.samajalive.in
Saturday, December 6, 2025
26.1 C
Bhubaneswar

ସମୁଦ୍ରରେ ଲୀନ ହେବ କଲକାତା ସମେତ ବିଶ୍ବର ୯ ସହର

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନ ଫଳରେ ସମୁଦ୍ର ପତନ ବଢ଼ୁଥିବାରୁ ଆସନ୍ତା ୭୫ ବର୍ଷ ମଧ୍ୟରେ ଭାରତର କଲକାତା ସମେତ ବିଶ୍ବର ୯ଟି ସହର ସମୁଦ୍ରରେ ସମାଧି ନେବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି। ବୈଶ୍ବିକ ତାପନ ଫଳରେ ଗୁରୁତର ପାଣିପାଗ ସମସ୍ୟା ସୃଷ୍ଟି ହେବ ଓ ବାରମ୍ବାର ତଥା ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ଗ୍ଲୋବାଲ ୱାର୍ମିଂ ବଢ଼ୁଥିବାରୁ କ୍ରମେ ଭୀଷଣ ବର୍ଷା ହେବ ଓ ସମୁଦ୍ର ପତନ ବଢ଼ିବ। ଗ୍ରୀନହାଉସ୍ ଗ୍ୟାସ ନିର୍ଗମନ ବୃଦ୍ଧି ପାଇବା ଯୋଗୁଁ ଆଗାମୀ ୭୫ ବର୍ଷ ମଧ୍ୟରେ ଭାରତର କଲକାତା ଏବଂ ବିଶ୍ବର ଅନ୍ୟ ଆଠଟି ସହରରେ ଭୟଙ୍କର ବନ୍ୟା ସହ ୨୧୦୦ ମସିହା ସୁଦ୍ଧା ସମୁଦ୍ରରେ ଲୀନ ହେବେ ବୋଲି ବୈଜ୍ଞାନିକ ଆଶଙ୍କା କରିଛନ୍ତି। ସିଙ୍ଗାପୁରର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଅଙ୍ଗାରକାମ୍ଳ  ନିର୍ଗମନ ଜାରି ରହେ, ତେବେ ସମୁଦ୍ର ସ୍ତର ୬.୨ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଥାଇଲାଣ୍ଡର ବ୍ୟାଙ୍କକକ୍‌, ଆମେରିକାର ନ୍ୟୁ ଓର୍ଲିନ୍ସ, ବ୍ରିଟେନ୍‌ର ହୁଲ୍‌, ଭିଏତନାମର ହୋ ଛି ମିନ୍‌ ସିଟି, ଜର୍ମାନର ହମ୍‌ବର୍ଗ, ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌, ଇଟାଲିର ଭେନିସ୍‌, ଭାରତର କଲକାତା ଓ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ୨୧୦୦ ମସିହା ସୁଦ୍ଧା ଜଳମଗ୍ନ ହେବ ବୋଲି ଆଶଙ୍କା କରାଯାଇଛି। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ; ବୈଶ୍ବିକ ତାପନରୁ ଉତ୍ପନ ହେଉଥିବା ପରିବେଶ ପରିବର୍ତ୍ତନ ଫଳରେ ମୂଷଳାଧାରରେ ବର୍ଷା ହୋଇଥାଏ। ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ଫଳରେ ବାୟୁ ଉଷ୍ମ ହୁଏ, ଯାହା ଅଧିକ ଆର୍ଦ୍ରତା ଧରି ରଖିବାର କ୍ଷମତା ରଖେ। ବିଗତ ବର୍ଷର ତଥ୍ୟ ଅନୁଶୀଳନ କଲେ ସାରା ବିଶ୍ୱରେ ହାରାହାରି ବର୍ଷା ପରିମାଣ ବୃଦ୍ଧି ହୋଇଥିବା ଓ ବନ୍ୟା ସମ୍ଭାବନା ବଢ଼ିଥିବା ଜଣାପଡ଼ିଛି। ଜେନେଭାରେ ଥିବା ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ର ଗ୍ଲୋବାଲ୍ ରିସୋର୍ସ ଇନଫର୍ମେସନ୍ ଡାଟାବେସ୍ ନିର୍ଦେଶକ ପାସ୍କାଲ୍ ପେଡୁଜି କହିଛନ୍ତି ଯେ, ଯଦିଓ କେତେକ ଘଟଣା ଏବଂ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବା କଷ୍ଟକର, ତଥାପି ଏହା ସ୍ପଷ୍ଟ ଯେ ଆମକୁ ଅଧିକ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ପୃଥିବୀର ତାପମାତ୍ରା ବୃଦ୍ଧି ପାଉଥିବାରୁ ପ୍ରାୟତଃ ଅତି ପ୍ରବଳ ବନ୍ୟା, ଘୂର୍ଣ୍ଣିବାତ୍ୟା, ଘୂର୍ଣ୍ଣିଝଡ଼ ଏବଂ ଜଙ୍ଗଲୀ ନିଆଁ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ବର୍ତ୍ତମାନ ରେକର୍ଡ ପରିମାଣର ବନ୍ୟା ଏକ ସାଧାରଣ କଥା ହୋଇଗଲାଣି। ଦୀର୍ଘକାଳୀନ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଅଧିକ ପ୍ରତିକୂଳ ପାଣିପାଗ ଧାରାରେ ବନ୍ୟା ଆସିବାର ସମ୍ଭାବନା ଅଧିକ ଥାଏ। ଜଙ୍ଗଲ କାଟିବା ବଢ଼ୁଥିବାରୁ ଉତ୍ତାପ ମଧ୍ୟ ବଢ଼ିବାରେ ଲାଗିଛି, ଯାହା ବନ୍ୟା ଆଶଙ୍କା ବଢ଼ାଉଛି। ୨୦୨୪ରେ ଉତ୍ତାପ ସମସ୍ତ ରେକର୍ଡ ଭାଙ୍ଗିଥିବା​‌େ​‌ବଳେ ୨୦୨୫ରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories