www.samajalive.in
Saturday, December 6, 2025
14.1 C
Bhubaneswar

ଅଭାବନୀୟ: ୮୫ ବର୍ଷୀୟା ଶାଶୁଙ୍କୁ ଝାଡ଼ୁରେ ପିଟିଲା ବୋହୂ, ଭିଡିଓ ଭାଇରାଲ

ଉତ୍ତରପ୍ରଦେଶର ଆଗ୍ରା ଜିଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୮୫ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ବୋହୂ ଝାଡ଼ୁରେ ପିଟିଛନ୍ତି। ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ଶାଶୁଙ୍କୁ ନିୟମିତ ଭାବେ ଏପରି ଅକଥନୀୟ ନିର୍ଯାତନା ଦେଉଥିବା ଜଣାପଡ଼ିଛି। ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ସମ୍ପୃକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।

ଘଟଣାଟି ବାହ ଅଞ୍ଚଳର ମାଉପୁରା ଗାଁରେ ଘଟିଛି। ବୃଦ୍ଧା ଜଣକ ରୋଗାକ୍ରାନ୍ତ ଥିବାବେଳେ ଘରେ ଏକ ଖଟିଆ ଉପରେ ବସିଥିବା ଦେଖାଯାଇଛି। ଗୋଡ଼ରେ ପଟି ବନ୍ଧା ହୋଇଛି। ଏହି ସମୟରେ ତା’ଙ୍କ ବୋହୂ ଆସି ଏକ ଝାଡ଼ୁରେ ତାଙ୍କୁ ମାଡ଼ ମାରୁଥିବା ଭିଡିଓରେ ଦେଖାଯାଉଛି। ବୃଦ୍ଧା ଜଣକ ‘ମରିଗଲି, ମରିଗଲି..’ ବୋଲି କହି କେହି ରକ୍ଷା କର ବୋଲି ଚିତ୍କାର କରୁଛନ୍ତି।

- Advertisement -

ତେବେ ଘଟଣା ସମୟର ଦୃଶ୍ୟର କେହି ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେବା ପରେ ଘଟଣାଟି ପଦାକୁ ଆସିଛି। ପୁଲିସ ଏ ନେଇ ଅବଗତ ହେବା ପରେ ବାହ ଥାନା ଅଧିକାରୀ ବିନୋଦ କୁମାର ପାୱାର କହିଛନ୍ତି, ଉକ୍ତ ଗାଁକୁ ପୁଲିସ କର୍ମଚାରୀଙ୍କୁ ପଠାଇ ଯାଞ୍ଚ କରିଛୁ। ଅଭିଯୁକ୍ତା ବୋହୂ ଘରେ ନ ଥିଲେ। ବୃଦ୍ଧା ଜଣକ ମାନସିକ ସ୍ତରରେ ଦୁର୍ବଳ ଥିବା ଜଣାପଡ଼ିଛି।

ଥାନା ଅଧିକାରୀ କହିଛନ୍ତି, ତଦନ୍ତରୁ ଜଣାପଡ଼ିଛି ଯେ ବୃଦ୍ଧା ଜଣକ କାହାକୁ କିଛି ନ କହି ଘରୁ ଚାଲିଯାଆନ୍ତି। ଏଥିପାଇଁ ତାଙ୍କ ବୋହୂ ତାଙ୍କୁ ମାଡ଼ ମାରିଥିଲେ। ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories