www.samajalive.in
Monday, December 15, 2025
26.1 C
Bhubaneswar

ବାୟୁସେନାରେ ସାମିଲ ହେଲା ଆମେରିକା ନିର୍ମିତ ୮ଟି ଆପାଚେ ଏଏଚ -୬୪ଇ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ: ମଙ୍ଗଳବାର ଭାରତୀୟ ବାୟୁସେନାରେ ଆମେରିକା ନିର୍ମିତ ୮ଟି ଆପାଚେ ଏଏଚ -୬୪ଇ ଲଢୁଆ ହେଲିକପ୍ଟରକୁ ସାମିଲ କରାଯାଇଛି। ପଠାନକୋଟ ବାୟୁସେନା ଘାଟିରେ ଆପାଚେ ଏଏଚ -୬୪ଇ ଲଢୁଆ ହେଲିକପ୍ଟରଗୁଡିକୁ ମୁତୟନ କରାଯାଇଛି। ଏହି ହେଲିକପ୍ଟର ସାମିଲ ହେବା ଫଳରେ ବାୟୁସେନାର ଯୁଦ୍ଧ କ୍ଷମତା ବୃଦ୍ଧି ପାଇବା ସହ ଲକ୍ଷ୍ୟଭେଦ କରିବାରେ ସଠିକତା ନିରୂପଣ କରିବାର ସାମର୍ଥ୍ୟ ବୃଦ୍ଧି ପାଇବ। ଏହି ଅବସରରେ ପଠାନକୋଟ ବାୟୁସେନା ଘାଟିରେ ଉପସ୍ଥିତ ଥିବା ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ବି.ଏସ.ଧନୋଆ କହିଛନ୍ତି, ଏହି ହେଲିକପ୍ଟର ସାମିଲ ହେବା ଫଳରେ ବାୟୁସେନାକୁ ବିଶ୍ୱର ସବୁଠାରୁ ଉନ୍ନତ ଜ୍ଞାନକୌଶଳ ସମ୍ପନ୍ନ ଲଢୁଆ ହେଲିକପ୍ଟର ମିଳିପାରିଛି।

ଯୁଦ୍ଧ କ୍ଷେତ୍ରରେ ଏହି ବିମାନ ଏକ ଥରକେ ଅନେକଗୁଡ଼ିଏ କାର୍ଯ୍ୟ କରିପାରିବ। ଅନ୍ଧାରରେ ଉଡିପାରୁଥିବା ଏହି ବିମାନ ସଠିକ ଲକ୍ଷ୍ୟସ୍ଥଳ ଟାର୍ଗେଟ କରିବା ସହ ଆବଶ୍ୟକସ୍ଥଳେ ଶତ୍ରୁ ପକ୍ଷକୁ ଚକମା ଦେଇ ଫେରିଆସିପାରିବ। ୨୦୧୫ ସେପ୍ଟେମ୍ବରରେ ଏହି ଆପାଚେ ଏଏଚ -୬୪ଇ ଲଢୁଆ ହେଲିକପ୍ଟର କିଣିବା ପାଇଁ ଆମେରିକାର ସରକାରୀ ବୋଇଙ୍ଗ ଲିମିଟେଡ଼ ସହ ଭାରତୀୟ ବାୟୁସେନା ବହୁକୋଟି ଟଙ୍କାର ଚୁକ୍ତି କରିଥିଲା।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories