www.samajalive.in
Saturday, December 6, 2025
15.1 C
Bhubaneswar

ଆଜିଠାରୁ ଇଣ୍ଡିଆନ ଓପନ ପାରା ଦୌଡ଼କୁଦ: ଓଡ଼ିଶାରୁ ୭ ଖେଳାଳି

କଟକ: ବେଙ୍ଗାଲୁରୁର ଶ୍ରୀ କାନ୍ତେରଭା ଷ୍ଟାଡ଼ିୟମରେ ଚଳିତ ଜୁଲାଇ ୧୧ ଓ ୧୨ରେ ସପ୍ତମ ଇଣ୍ଡିଆନ ଓପନ ପାରା ଦୌଡ଼କୁଦ ଚମ୍ପିଆନସିପ୍‌ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବ​‌ା ଲାଗି ପାରା ସ୍ପୋର୍ଟସ ଆସୋସିଏସନ ଅଫ୍‌ ଓଡ଼ିଶା ପକ୍ଷରୁ ୭ଜଣିଆ ଓଡ଼ିଶା ଦଳ ମନୋନୟନ କରାଯାଇଛି। ଜୟନ୍ତୀ ବେହେରା ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼ରେ, ସୁଚିତ୍ରା ପରିଡ଼ା ଜାଭେଲିନ ଥ୍ରୋ ଓ ସଟ୍‌ପୁଟ, ସ୍ବାଧୀନ ମେହେର ଲଙ୍ଗଜମ୍ପ, କମଳାକାନ୍ତ ନାୟକ ୪୦୦, ୮୦୦ ମିଟର ଦୌଡ଼ ସହ ଜାଭେଲିନ ଥ୍ରୋ, ଯାଜନୀ ଓରାମ ୧୦୦, ୨୦୦ ଓ ଲଙ୍ଗଜମ୍ପରେ,ରଞ୍ଜିତା ଚନ୍ଦ୍ର ଜାଭେଲିନ ଥ୍ରୋ ଓ ପଙ୍କଜ ଭୂଏ ୧୦୦ ମିଟର ଦୌଡ଼ ଓ ଲଙ୍ଗଜମ୍ପରେ ଭାଗ ନେବେ। ଉକ୍ତ ପ୍ରତିଯୋଗିତାରୁ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଶ୍ବ ପାରା ଦୌଡ଼କୁଦ ଚମ୍ପିଆନସିପ ୍‌ଲାଗି ଭାରତୀୟ ଖେଳାଳି ଯୋଗ୍ୟତା ହାସଲ କରିବା ନେଇ ସୁଯୋଗ ରହିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories