ସନ୍ଧ୍ୟା ୭ଟା ମୁଖ୍ୟ ଖବର

ୟୁକ୍ରେନ ଉପରେ ରୁଷର ପାଲଟା ଆକ୍ରମଣ.. ଡାକ୍ତରଖାନା ଓ ସେନା କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ମାଡ଼.. ୪୧ ମୃତ ଓ ୧୮୦ରୁ ଅଧିକ ଆହତ..

ପାକିସ୍ତାନକୁ ପୁଣି ହରାଇ ଇତିହାସ ରଚିଲା ବାଂଲାଦେଶ.. ୨ୟ ଟେଷ୍ଟରେ ବିଜୟ ସହିତ ମୂଳପୋଛ କଲା ସିରିଜ..

ଛତିଶଗଡ଼ର ବସ୍ତର ଅଞ୍ଚଳର ଦାନ୍ତେଓ୍ଵାଡା-ବିଜାପୁର ସୀମାରେ ନକ୍ସଲଙ୍କଠାରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ.. ଜାରି ରହିଛି ତଲାସୀ ଅଭିଯାନ..

ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ସୁନୀତି ମୁଣ୍ଡଙ୍କୁ ଧକ୍କା ମାରି ତଡ଼ିଦେଲେ ବିଜେପି ନେତ୍ରୀ.. ଦଳରୁ ନିଲମ୍ବିତ ହୋଇଛନ୍ତି ସୁନୀତି..

ପଶ୍ଚିମବଙ୍ଗ ବିଧାନସଭାରେ ଦୁଷ୍କର୍ମ ବିରୋଧୀ ବିଧେୟକ ‘ଅପରାଜିତା ମହିଳା ଓ ଶିଶୁ ବିଲ୍’ ପାରିତ.. ସ୍ଵତନ୍ତ୍ର ଅଧିବେଶନରେ ପାରିତ ହେଲା ବିଲ୍.. ଦୋଷୀ ସାବ୍ୟସ୍ତ ହେବା ପରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମିଳିବ ମୃତ୍ୟୁ ଦଣ୍ଡ..

prayash

ଜବରଦଖଲକାରୀ ମାଡି ବସିଛନ୍ତି ରାଜଧାନୀର ମୂଲ୍ୟବାନ୍‌ ଜମି.. ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରଖିଛନ୍ତି ଲିଖିତ ଉତ୍ତର..

ରାଜ୍ୟରେ ବାର୍ଡ ଫ୍ଲୁ.. ସ୍ଥିତି ପରଖିବାକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌..

ଦନ୍ତେୱାଡା-ବିଜାପୁର ସୀମା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ.. ୯ ମାଓବାଦୀ ନିହତ..

ଡେଙ୍ଗୁକୁ ମହାମାରୀ ଘୋଷଣା କଲେ କର୍ଣ୍ଣାଟକ ସରକାର.. ରାଜ୍ୟରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ମହାମାରୀ ଘୋଷଣା କଲା ସ୍ଵାସ୍ଥ୍ୟ ବିଭାଗ..

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସାକ୍ଷ୍ୟ ଗ୍ରହଣ.. ପାଟଣାଗଡ଼ ଏଡିଜେ କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ.. ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା..

 

kalyan agarbati

Comments are closed.