ସୁନ୍ଦରଗଡ : ଆଜି ଓଡିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ମତଦାନ ଆରମ୍ଭରୁ ସୁନ୍ଦରଗଡ ଭଷ୍ମା ଥାନା ରାଏବଗା ଗ୍ରାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ସେଠାରେ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ଦୁଇ ଭାଇଙ୍କ ସମେତ ୫ଜଣଙ୍କୁ ଆକ୍ରମଣ କରାଯାଇଛି। ବିଜେପି କର୍ମୀମାନେ ସେମାନଙ୍କୁ ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏନେଇ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହ ଥାନାରେ ଅଭିଯୋଗ କରିଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିନ୍ତୁ ଏହି ଅଭିଯୋଗକୁ ବିଜେପି ପ୍ରାର୍ଥୀ କୁସୁମ ଟେଟେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି କର୍ମୀ ଟଙ୍କା ବାଣ୍ଟିବା ବେଳେ ମାରପିଟ ହୋଇଥିଲା।
Popular Categories



