ଭଞ୍ଜନଗର : ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭଞ୍ଜନଗରରେ ହିଂସା ଦେଖିବାକୁ ମିଳିଛି। ଭଞ୍ଜନଗରର ଅଗଝୋଳ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣେ ବିଜେପି କର୍ମୀ ବୋଲି ଜଣାପଡିଛି। ମୃତକ ହେଉଛନ୍ତି ସଦାଶିିବ ପ୍ରଧାନ। ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ମୃତଦେହ ଭଞ୍ଜନଗର ମେଡିକାଲରେ ରହିଥିବା ଜଣାପଡିଛି। ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ ଅଗଝୋଳ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।
Popular Categories



