ବଡ଼ଖବର:
# ଜାମ୍ମୁ-କାଶ୍ମୀରରେ ସ୍ଥିତି ସ୍ବଭାବିକ ଅବସ୍ଥାକୁ ଫେରୁଛି କହିଲେ ରାଜ୍ୟପାଳ ସତ୍ୟପାଲ ମଳିକ, ଆଜି ପୁଣି ହାଇସ୍କୁଲ ଖୋଲିଲା, ଅଧିକ ଅଞ୍ଚଳରୁ ଦିନ କଟକଣା ଉଠିଲା।
# କାଶ୍ମୀର ପ୍ରସଙ୍ଗ, ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଓ ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦେଶ ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଟ୍ୱିଟ୍ କରି ଶ୍ରୀ ଗାନ୍ଧୀ କହିଛନ୍ତି ଅନେକ ବିଷୟରେ ଏନ୍ଡିଏ ସରକାର ସହ ତାଙ୍କର ମତପାର୍ଥକ୍ୟ ଥାଇପାରେ, କିନ୍ତୁ ଏ ପ୍ରସଙ୍ଗରେ ତାଙ୍କର ମତାମତ ଅତ୍ୟନ୍ତ ସ୍ପଷ୍ଟ।
# ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ଆଗତ ୧୪ଟି ପିଟିଶନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି। ଅଦାଲତ ଏ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବା ସହିତ ୫ ଜଣିଆ ଖଣ୍ଡପୀଠ ଅକ୍ଟୋବର ପ୍ରଥମ ସପ୍ତାହରେ ଏ ସମ୍ପର୍କିତ ମାମଲାର ଶୁଣାଣି କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
# ଆସନ୍ତା ୩୦ ତାରିଖରେ ଚନ୍ଦ୍ରଯାନ-୨କୁ ୪ର୍ଥ କକ୍ଷପଥରେ ଏବଂ ସେପ୍ଟେମ୍ବର ୧ରେ ୫ମ କକ୍ଷପଥରେ ପ୍ରବେଶ କରାଯିବ। ସେପ୍ଟେମ୍ବର ୭ରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
# ଦେଶରେ ପୁଲିସ୍ ବିଶ୍ୱବିଦ୍ୟାଳୟ ଓ ଫରେନ୍ସିକ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା ଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି।
# ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ପୁନର୍ବାର ଋଷର ଖୋଲାଖୋଲି ସମର୍ଥନ।
# ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଋଷ ଗସ୍ତ
# ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଚନ୍ଦ୍ରଯାନ-୨ ବୁଧବାର ଚନ୍ଦ୍ରର ୩ୟ କକ୍ଷପଥରେ ପହଞ୍ଚିଛି । ଏହି କକ୍ଷପଥରେ ଚନ୍ଦ୍ରଯାନ-୨ ଆହୁରି ୨ ଦିନ ପର୍ଯ୍ୟନ୍ତ ପରିକ୍ରମା କରିବ।
ଆଞ୍ଚଳିକ:
# ଆସନ୍ତା ଦନ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା
# ମୟୁରଭଞ୍ଜ ଜିଲା ବାରିପଦାରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବୁଧବାର ଏଡିଜେ ଅଦାଲତ ଅଭିଯୁକ୍ତକୁ ଫାଶିଦଣ୍ଡାଦେଶ ଶୁଣାଇଛନ୍ତି ।
# ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେଆଜି ସକାଳେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।
# କାଠଯୋଡ଼ି ବ୍ରିଜ୍ ସମାନ୍ୟ ଦବି ଯାଇଥିବା ଜଣାପଡିଛି । ଲିଙ୍କରୋଡ୍ ପଟରୁ ଖାନନଗର ନିକଟରେ ରାସ୍ତା ଆରମ୍ଭରୁ ବ୍ରିଜ୍ ଦବି ଯାଇଛି।
# କଟକ ଉପକଣ୍ଠ ବମ୍ଫକୁଦଠରେ ଏକ ନକଲି ତେଲ କାରଖାନା ଠାବ, ଖାଇବା ତେଲ ଅପମିଶ୍ରଣ ଘଟଣାରେ ଜଣେ ଗିରଫ
# ଚିଲିକାରେ ଫସିଥିବା ମାଲେସିଆ ଜାହାଜ କଣ୍ଟେନରରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ।
# ଚଳିତବର୍ଷ ଠିକ୍ ସମୟରେ ପରୀକ୍ଷା ଶେଷ କରି ଫଳ ପ୍ରକାଶ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି, – ଖାତା ମୂଲ୍ୟାୟନକାରୀଙ୍କର ପାଉଣା ମଧ୍ୟ ବୃଦ୍ଧି ହେବ।
# ପୁରୀରେ ଶ୍ରୀମନ୍ଦିର ଚାରିପଟେ ଉଚ୍ଛେଦ ପ୍ରକ୍ରିୟା ଜାରି, ପୁରାତନ ଏମାର ମଠ ମଧ୍ୟ ଭାଙ୍ଗିବ
# ତେଲ ଟ୍ୟାଙ୍କରରେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବେଳେ ଆଜି ସୋର ପୁଲିସ ଏହାକୁ ଜବତ କରିଛି। ଲକ୍ଷାଧିକ ଟଙ୍କାର ଏହି କେନ୍ଦୁ ପତ୍ର ଅନୁଗୁଳରୁ କଲକାତାକୁ ଚୋରା ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି।
ଜାତୀୟ:
# ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ଆଗତ ୧୪ଟି ପିଟିଶନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି। ଅଦାଲତ ଏ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବା ସହିତ ୫ ଜଣିଆ ଖଣ୍ଡପୀଠ ଅକ୍ଟୋବର ପ୍ରଥମ ଏହି ମାମଲାର ଶୁଣାଣି କରିବେ ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି।
# ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଚନ୍ଦ୍ରଯାନ-୨ ବୁଧବାର ଚନ୍ଦ୍ରର ୩ୟ କକ୍ଷପଥରେ ପହଞ୍ଚିଛି। ଏହି କକ୍ଷପଥରେ ଚନ୍ଦ୍ରଯାନ-୨ ଆହୁରି ୨ ଦିନ ପର୍ଯ୍ୟନ୍ତ ପରିକ୍ରମା କରିବ।
# ଆସନ୍ତା ୩୦ ତାରିଖରେ ଚନ୍ଦ୍ରଯାନ-୨କୁ ୪ର୍ଥ କକ୍ଷପଥରେ ଏବଂ ସେପ୍ଟେମ୍ବର ୧ରେ ୫ମ କକ୍ଷପଥରେ ପ୍ରବେଶ କରାଯିବ। ସେପ୍ଟେମ୍ବର ୭ରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
# କାଶ୍ମୀର ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ପାକିସ୍ତାନ ଜାତିସଂଘରେ ଅସ୍ତ୍ର ଭାବେ ବ୍ୟବହାର କରିଛି।
# ଦେଶରେ ପୁଲିସ୍ ବିଶ୍ୱବିଦ୍ୟାଳୟ ଓ ଫରେନ୍ସିକ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା ଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସୂଚନା
# ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଏକ ବଲିଉଡ୍ ଚଳଚ୍ଚିତ୍ର ନିର୍ମାଣ ହେବାକୁଯାଉଛି।
ଆନ୍ତର୍ଜାତୀୟ:
# ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ପୁନର୍ବାର ଖୋଲା ସମର୍ଥନ କରିଛି ରୁଷ। ଭାରତରେ ଅବସ୍ଥାପିତ ରୁଷର ରାଷ୍ଟ୍ରଦୂତ ନିକୋଲେୟ କୁଦାଶେବ କହିଛନ୍ତି, ଏହା ଭାରତ ସକରକାରଙ୍କର ସର୍ବଭୌମ ନିଷ୍ପତ୍ତି ଏବଂ ଭାରତର ଆଭ୍ୟନ୍ତରୀଣ ମାମଲା।
# ଲିବିୟା ଉପକୂଳରେ ଡ଼ଙ୍ଗା ବୁଡି ୪୦ ଜଣଙ୍କର ମୃତ୍ୟୁ



