www.samajalive.in
Thursday, December 11, 2025
16.1 C
Bhubaneswar

କାଶ୍ମୀର ପ୍ରସଙ୍ଗ, ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଏଥିରେ ପାକିସ୍ତାନର ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କାଶ୍ମୀର ପ୍ରସଙ୍ଗ, ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଓ ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦେଶ ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ଟ୍ୱିଟ୍‍ କରି ଶ୍ରୀ ଗାନ୍ଧୀ କହିଛନ୍ତି ଅନେକ ବିଷୟରେ ଏନ୍‍ଡିଏ ସରକାର ସହ ତାଙ୍କର ମତପାର୍ଥକ୍ୟ ଥାଇପାରେ, କିନ୍ତୁ ଏ ପ୍ରସଙ୍ଗରେ ତାଙ୍କର ମତାମତ ଅତ୍ୟନ୍ତ ସ୍ପଷ୍ଟ। ପାକିସ୍ତାନ, ଜାମ୍ମୁ-କାଶ୍ମୀରରେ ହିଂସାକୁ  ଉତ୍ସାହିତ କରୁଛି ଓ ସମର୍ଥନ କରୁଛି । ପାକିସ୍ତାନ ଆତଙ୍କବାଦ ଓ ଉଗ୍ରବାଦକୁ ସାହାଯ୍ୟ ଓ ସମର୍ଥନ କରିଆସୁଥିବା ବିଷୟରେ ସମଗ୍ର ବିଶ୍ୱ ଅବଗତ ବୋଲି ସେ କହିଛନ୍ତି।

ପୂର୍ବରୁ ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେଓ୍ୱାଲା କହିଥିଲେ ଜାମ୍ମୁ କାଶ୍ମୀର ଓ ଲଦାଖ ସର୍ବଦା ଭାରତର ଅବିଚ୍ଛେଦ୍ୟ ଅଂଶ ହୋଇ ରହିବ ଓ ପାକିସ୍ତାନ ଦ୍ୱାରା କୌଣସି ନକଲି ତଥ୍ୟ ସତ୍ୟକୁ ବଦଳାଇ ପାରିବ ନାହିଁ। ସେ କହିଛନ୍ତି ପାକିସ୍ତାନ ଜାମ୍ମୁ-କାଶ୍ମୀର ସଂକ୍ରାନ୍ତରେ ଜାତିସଂଘରେ ଏକ ଆବେଦନ କରିଥିବା ବିଷୟରେ କଂଗ୍ରେସ ଜାଣିବାକୁ ପାଇଛି। ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ନାମକୁ ଏହାମଧ୍ୟକୁ ଅଣାଯାଉଛି। ଶ୍ରୀ ସୂରଜେଓ୍ୱାଲା କହିଛନ୍ତି ଏଭଳି କରିବା ଅପେକ୍ଷା ପାକିସ୍ତାନ ପିଓକେ-ଗିଲଗିଟ୍ ହୁଂଜା-ବେଲୁଚିସ୍ଥାନରେ ମାନବାଧିକାର ଲଙ୍ଘନ ସଂକ୍ରାନ୍ତରେ ବିଶ୍ୱକୁ ଉତ୍ତର ଦେବା ଉଚିତ୍‍।  ପାକିସ୍ତାନୀ ସୈନ୍ୟମାନଙ୍କ ଦ୍ୱାରା ୭୦ନିୟୁତ ମୋହାଜିରଙ୍କୁ ଉତ୍ପୀଡନ ଦିଆଯିବା ଓ ସେମାନଙ୍କ ମଧ୍ୟରୁ ୨୫ହଜାର ଲୋକଙ୍କୁ ହତ୍ୟା କରାଯିବା ସଂକ୍ରାନ୍ତରେ ପାକିସ୍ତାନକୁ ସ୍ପଷ୍ଟୀକରଣ ଦେବାକୁ ହେବ ବୋଲି ସେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories