ରେଣୁକାସ୍ଵାମୀ ହତ୍ୟା ମାମଲା: ଅଭିନେତା ଦର୍ଶନଙ୍କ ସମେତ ୭ ଅଭିଯୁକ୍ତଙ୍କୁ ଜାମିନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ରେଣୁକାସ୍ଵାମୀ ହତ୍ୟା ମାମଲାରେ ଗିରଫ ହୋଇଥିବା କନ୍ନଡ଼ ଅଭିନେତା ଦର୍ଶନ ଥୁଗୁଦୀପାଙ୍କୁ ଜାମିନ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଶୁକ୍ରବାର ହାଇକୋର୍ଟ ଦର୍ଶନଙ୍କ ସମେତ ସମସ୍ତ ୭ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟ ଅଭିଯୁକ୍ତମା​‌ନେ ହେଲେ ପବିତ୍ର ଗୌଡ଼ା, ଅନୁ କୁମାର, ନାଗାରାଜୁ ଆର., ଲକ୍ଷ୍ମଣ ଏମ., ଜଗଦୀଶ ଏବଂ ପ୍ରଦୂଶ। ଜଣେ ପ୍ରଶଂସକ ରେଣୁକାସ୍ଵାମୀଙ୍କୁ ଅପହରଣ କରି ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଦର୍ଶନ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଗତ ଜୁନ ୧୧ରେ ଗିରଫ କରିଥିଲା।

prayash

ଦର୍ଶନ ପାରାପ୍ପାନା ଅଗ୍ରାହର ଜେଲରେ ଥିବାବେଳେ ତାଙ୍କୁ ସ୍ଵତନ୍ତ୍ର ଭାବେ ଚର୍ଚ୍ଚା କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାର କିଛି ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଦୋଷୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଥିଲେ। ଏହା ସହିତ ଅଭିଯୁକ୍ତମାନଙ୍କୁ ଭିନ୍ନ ଭିନ୍ନ ଜେଲରେ ରଖିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ।

ପୂର୍ବରୁ ଦର୍ଶନଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ୨୦୧୧ରେ ତାଙ୍କୁ ୧୪ ଦିନ ପାଇଁ ଜେଲ ଯିବାକୁ ପାଇଥିଲା। ଦର୍ଶନ ଏଥିପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହିତ କୋର୍ଟ ବାହାରେ ମାମଲାର ସମାଧାନ ହୋଇଥିଲା। ୨୦୧୬ରେ ମଧ୍ୟ ତାଙ୍କ ସ୍ତ୍ରୀ ପୁନର୍ବାର ଅନୁରୂପ ଅଭିଯୋଗ ଆଣିଥିଲେ। ୨୦୨୧ରେ ମହୀଶୁରର ଏକ ହୋଟେଲରେ ଦର୍ଶନ ଜଣେ ଓ୍ବେଟରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

kalyan agarbati

Comments are closed.