www.samajalive.in
Saturday, December 13, 2025
23.1 C
Bhubaneswar

୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀଗୃହ ଶିକ୍ଷାଦାନ

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀ ଆସନ୍ତା ୧୫ ତାରିଖରୁ ଖୋଲିବ। ଇଂରାଜୀ ମଧ୍ୟମା ସହ ଘରୋଇ ବିଦ୍ୟାଳୟ ମଧ୍ୟ ଖୋଲିପାରିବ। ପୂର୍ବାହ୍ନ ୯ ଟା ୩୦ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠ ପଢ଼ାଯିବ। ରବିବାର ଓ ସରକାରୀ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଉପସ୍ଥାନ ବାଧ୍ୟତାମୂଳକ କରାଯାଇନି। ବିଦ୍ୟାର୍ଥୀ ସେମାନଙ୍କ ଅଭିଭାବକଙ୍କ ଅନୁମତି ନେଇ ବିଦ୍ୟାଳୟ ଆସିପାରିବେ। ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟ ନ ଆସିବେ ସେମାନେ ଘରେ ରହି ଅନ୍‌ଲାଇନ୍‌(ସଞ୍ଚାର ଜରିଆରେ) ପାଠ ପଢ଼ିପାରିବେ। ଏନେଇ ବୁଧବାର ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା), ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦେଶକ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି। ବିଭାଗର ଅତିରିକ୍ତ ଶାସନ ସଚିବ ଡ. ପ୍ରତାପ କୁମାର ମିଶ୍ର ଏନେଇ ଚିଠି ଲେଖିଛନ୍ତି।
ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଅନୂସୁଚିତ ଜାତି ଏବଂ ଜନଜାତି ବିଭାଗର ସମସ୍ତ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଆସନ୍ତା ୧୫ ତାରିଖରୁ ପାଠପଢ଼ା ଆରମ୍ଭ ହେବ। ବିଦ୍ୟାଳୟ ସହ ଛାତ୍ରାବାସ/ଛାତ୍ରୀନିବାସ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି। ଛାତ୍ରାବାସ/ଛାତ୍ରୀନିବାସ କର୍ତ୍ତୃପକ୍ଷ ଶୌଚାଳୟ ସଫା ରଖିବା ସହ ବିଦ୍ୟାର୍ଥୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଓ ସ୍ବଚ୍ଛତା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ବିଦ୍ୟାର୍ଥୀଙ୍କ ବସିବା ସ୍ଥାନ ମଧ୍ୟରେ ଦୂରତା ସହ ବେଞ୍ଚକୁ ବିଶୋଧନ କରିବାକୁ କୁହାଯାଇଛି।
ବିଦ୍ୟାଳୟ ପରିସରକୁ ୧୫ ତାରିଖ ପୂର୍ବରୁ ସଫା କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲା ପ୍ରକଳ୍ପ ସଂଯୋଜକଙ୍କ ସମେତ ଅନ୍ୟ ପଦାଧିକାରୀ ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍ଥିତି ପରଖିବେ। ବିଦ୍ୟାଳୟ ଯାଇ ସଫେଇ ଓ ସ୍ବଚ୍ଛତା ଯାଞ୍ଚ କରିବେ ଅଧିକାରୀ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରୋନା କଟକଣାକୁ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ପାଳନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories