www.samajalive.in
Monday, December 15, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଶିଷ୍ଟ ଶିଳ୍ପପତି ତଥା ରିଲାୟନ୍ସ ଗ୍ରୁପର ମୁଖ୍ୟ ତଥା ରିଲାୟନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରିଛନ୍ତି.. ଏହି ଅବସରରେ ଅମ୍ବାନୀ ଏବଂ ନବୀନଙ୍କ ମଧ୍ୟରେ ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା ହୋଇଥିଲା.. ଆଲୋଚନାରେ ଓଡିଶାରେ ମୁକେଶ ଅମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି..

ଆରପାରିରେ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ଅଜୟ କୁମାର.. ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ତଥା ଆଜୀବନ ସଦସ୍ୟ ଅଜୟ କୁମାରଙ୍କ ଚଣ୍ଡୀଗଡ଼ଠାରେ ହୃଦଘାତରେ ମୃତ୍ୟୁ ଘଟିଛି..

- Advertisement -

ସ୍ଥଗିତ ହେବନି ନିଟ୍‌ ପିଜି-୨୦୨୩ ପରୀକ୍ଷା: ସୁପ୍ରିମକୋର୍ଟ.. ନିଟ୍‌ ପିଜି ୨୦୨୩ ପରୀକ୍ଷା ସ୍ଥଗିତ ଦାବିରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ.. ଧାର୍ଯ୍ୟ ତାରିଖରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ..

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୪ଦିନଆ ରିମାଣ୍ଡରେ ନେଲା ସିବିଆଇ.. ୫ ଦିନ ପାଇଁ ଆବେଦନ କରାଯାଇଥିବା ବେଳେ ୪ ଦିନ ପାଇଁ ଅନୁମତି ଦେଲେ ଅଦାଲତ..

ଓଡ଼ିଶାର ତିନିଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଛି.. ଓଡ଼ିଶାର ୩ ଜିଲ୍ଲା ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ମାଟି ତଳେ ସୁନା ପଥର ଗଚ୍ଛିତ ରହିଛି.. ବିଧାନସଭାରେ ଆଜି ଏଭଳି କହିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ.. ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି..

ଅଗ୍ନିପଥ ନିଯୁକ୍ତି ଯୋଜନା ମାମଲାରେ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ଏକ ବଡ଼ ବିଜୟ ହାସଲ କରିଛନ୍ତି.. କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବୈଧ ବୋଲି କୋର୍ଟ ଘୋଷଣା କରିଛନ୍ତି.. ଏହା ସହ ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକ ଖାରଜ କରାଯାଇଛି..

ପିଏମ୍ କିଷାନ ସମ୍ମାନ ନିଧିର ୧୩ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ.. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପଠାଇଲେ ୧୬,୮୦୦ କୋଟିରୁ ଅଧିକ ଟଙ୍କା..

ସୁନ୍ଦରଗଡ : ଅଗ୍ନିକାଣ୍ଡରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ.. ଟାଉନ୍‌‌ ଥାନା ଲୁହୁରାଢିପାରେ ଘରେ ଅଗ୍ନିକାଣ୍ଡ ପରେ ଶ୍ୱାସରୁଦ୍ଧ..କାରଣ ଅସ୍ପଷ୍ଟ.. ଘଟଣା ସ୍ଥଳରେ ପହଞ୍ଚିଛି ପୁଲିସ ..

ବାଲେଶ୍ୱର : ବାରିପଦା ଓ ବାଲେଶ୍ୱରର ଆକାଶରେ କିଛି କ୍ଷଣ ପାଇଁ ଶୁଭିଲା ପ୍ରଚଣ୍ଡ ଶବ୍ଦ .. ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସିଲେ.. କାରଣ ଅସ୍ପଷ୍ଟ..

ପୁରୀର ବରିଷ୍ଠ ସାମ୍ୱାଦିକ ଗଜେନ୍ଦ୍ର ମହାରଣାଙ୍କ ରବିବାର ରାତିରେ ୬୫ ବର୍ଷ ବୟସରେ ପରଲୋକ ଘଟିଛି..

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories