www.samajalive.in
Saturday, December 6, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ସେ ୧୭ ରୁ ୧୯ ସେପ୍ଟେମ୍ବର ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବେ..

ଏୟାର ଇଣ୍ଡିଆ ଏକ୍ସପ୍ରେସର ମସ୍କଟରୁ କୋଚିନ୍‌ ଯିବାକୁ ଥିବା ବିମାନରେ ଧୂଆଁ ଦେଖାଯିବା ପରେ ଉଡ଼ାଣ ବାତିଲ କରାଯାଇଛି..ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ IX ୪୪୨ ମସ୍କାଟରୁ କୋଚିନ୍‌କୁ ଉଡ଼ାଣ ଭରିବାକୁ ଯାଉଥିଲା.. ସେହି ସମୟରେ ବିମାନରେ ଧୂଆଁ ଦେଖା ଦେଇଥିଲା.. ଏହାପରେ ଉଡ଼ାଣ ବାତିଲ କରାଯାଇଥିଲା

- Advertisement -

ଗୁଜରାଟର ଅହମ୍ମଦାବାଦରେ ଏକ ନିର୍ମାଣାଧୀନ ଅଟ୍ଟାଳିକାର ଲିଫ୍ଟ ଭାଙ୍ଗି ଖସି ଯିବାରୁ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି..

ଗୋଆରେ ବିଜେପିରେ ମିଶିଲେ କଂଗ୍ରେସର ୮ ବରିଷ୍ଠ ବିଧାୟକ.. ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ କଂଗ୍ରେସର ୮ ବିଧାୟକ ହାତଛାଡ଼ି ପଦ୍ମ ଧରିଛନ୍ତି..

ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲାରେ ବଡଧରଣର ସଡକ ଦୁର୍ଘଟଣା… ମଣ୍ଡି ତହସିଲ ନିକଟରେ ଖାଇକୁ ଖସିଲା ବସ୍‍… ୧୧ ମୃତ, ୨୫ ଆହତ… ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କଲେ ଉପରାଜ୍ୟପାଳ…  ମୃତକଙ୍କ ପରିବାର ପାଇଁ ଘୋଷଣା ହେଲା ୫ଲକ୍ଷ ଟଙ୍କାର କ୍ଷତିପୂରଣ…

ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ… ଗତକାଲି ତୁଳନାରେ ଆଜି ରହିଛି ୧୦୧ ଅଧିକ ପଜିଟିଭ୍‌… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୨୬୦ କରୋନା ଆକ୍ରାନ୍ତ… ସୁସ୍ଥ ହେଲେ ୩୫୩ ସଂକ୍ରମିତ…  ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ୧୬୭୪ ରହିଛି…

ଆଜି ବି ୫ ହଜାର ଉପରେ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା… ଚିହ୍ନଟ ହେଲେ ଆଉ ୫,୧୦୮ଜଣ ଆକ୍ରାନ୍ତ… କରୋନାରୁ ସୁସ୍ଥ ହେଲେ ୫,୬୭୫ ପଜିଟିଭ୍‌.. ଦେଶରେ ମୋଟ୍‌ ସକ୍ରିୟ ମାମଲା ରହିଛି ୪୫,୭୪୯…

ବିହାରର ବେଗୁସରାଇରେ ଆତଙ୍କ… ଖୁଲମଖୁଲା ଜାତୀୟ ରାଜପଥରେ ଫୁଟିଲା ଗୁଳି… ଲୋକଙ୍କ ଉପରକୁ ଗୁଳିମାଡ଼ କଲେ ୨ ବାଇକ୍‌ ଆରୋହୀ… ଘଟଣାପରେ ପୁରା ଜିଲ୍ଲାକୁ ଘେରାବନ୍ଦୀ କଲା ପୁଲିସ… ବିଜେପି କହିଲା ରାଜ୍ୟକୁ ଫେରିଛି ଜଙ୍ଗଲରାଜ…

ଦିଦିଙ୍କ ଗଡ଼ରେ ହେଉଛି କି ଦାଦାଗିରି ?… ପଶ୍ଚିମବଙ୍ଗରେ ବିଜେପି ଓ ପୁଲିସ ମୁହାଁମୁହିଁ… ବିଜେପିର ପଦଯାତ୍ରାକୁ ରୋକିବାରୁ ପୁଲିସର ପ୍ରୟାସ… ଭାରତୀୟ ଜନତା ପାର୍ଟିର ସମର୍ଥକଙ୍କୁ ପୁଲିସର ଲାଠିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ… ଘଟଣାକୁ ନେଇ ତେଜିଲା ଆନ୍ଦୋଳନ…

ଆଜିଠୁ ରାଜ୍ୟରେ କମିବ ବର୍ଷା…୧୮ ତାରିଖ ବେଳକୁ ପୁଣି ବଢ଼ିବ ବର୍ଷାର ପରିମାଣ…ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା… ପ୍ରଭାବରେ ଭିଜିପାରେ ଓଡ଼ିଶା… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories