କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ବ୍ଲକର ମକୁଆ କାଟେଣୀ ପଞ୍ଚାୟତର ତରଜଙ୍ଗ ଗ୍ରାମରେ ଗତ କିଛି ଦିନ ଧରି ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ତରଜଙ୍ଗ ଗ୍ରାମରେ ଗତ କିଛିଦିନ ଧରି ଅଘୋଷିତ ବିଦ୍ୟୁତ ସରବରାହରେ ବ୍ୟାହତ ହେଉଥିବାରୁ ବିଦ୍ୟୁତ ଉପଭୋକ୍ତା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଟାଟା କମ୍ପାନୀ ବିଦ୍ୟୁତ ଦାୟିତ୍ୱ ନେବା ଦିନଠାରୁ କମ୍ପାନୀର କର୍ମଚାରୀ ବିଦ୍ୟୁତ ସଂଯୋଗ ପ୍ରତି ଗୁରୁତ୍ୱ ଦେଉ ନଥିବା ବେଳେ ବିଦ୍ୟୁତ ମିଟର ରିଡିଙ୍ଗ ନେଉଥିବା କର୍ମଚାରୀ ଏବଂ ବିଲ ସଂଗ୍ରହ ଜରୁଥିବା କର୍ମଚାରୀଙ୍କ ଦୌରାତ୍ମ୍ୟ ଉପଭୋକ୍ତା ରୋଷର ଶିକାର ହେଉଥିବାର ଅଭିଯୋଗ ହେଉଛି। ମିଟର ରିଡିଙ୍ଗ ଦାୟିତ୍ୱ ନେଇଥିବା କର୍ମଚାରୀଙ୍କ ବ୍ୟବହାର ନେଇ କେତେକ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଣି ବିଦ୍ୟୁତ ବିଭ୍ରାଟ ସମୟରେ କେହି କର୍ମଚାରୀ ଫୋନ ମଧ୍ୟ ଉଠାଉନାହାନ୍ତି। ନୂଆ ନୂଆ ନେଇଥିବା ଟାଟା କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଲାଣି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେବା ସକାଶେ ଗ୍ରାମବାସୀଙ୍କ ମଧ୍ୟରେ ଦୃଢ଼ ଦାବି ହେଉଛି।
Popular Categories



