www.samajalive.in
Monday, December 15, 2025
16.1 C
Bhubaneswar

ଆନ୍ଧ୍ର ପଥର ଖଣିରେ ବିସ୍ଫୋରଣ: ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୧୦ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ଆନ୍ଧ୍ରପ୍ରଦେଶର ବାପତଲା ଜିଲାରେ ରବିବାର ଏକ ଗ୍ରାନାଇଟ୍‌ ପଥର ଖଣିରେ ବିସ୍ଫୋରଣ ଯୋଗୁ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପଥର ତଳେ ଚାପି ହୋଇ ଆହୁରି ୧୦ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବାଲିକୁରଭା ଅଞ୍ଚଳରେ ଥିବା ସତ୍ୟକ୍ରିଷ୍ଣା ଗ୍ରାନାଇଟ୍‌ ପଥର ଖଣିରେ ରବିବାର ସକାଳେ ଏହି ଅଘଟଣ ଘଟିଛି। ଆହତ ଶ୍ରମିକମାନେ ଓଡ଼ିଶାର କି ନୁହେଁ ତାହା ଜଣାପଡ଼ିନାହିଁ।

ପ୍ରାଣ ହରାଇଥିବା ୬ ଓଡ଼ିଆ ଶ୍ରମିକଙ୍କ ଘର ଗଞ୍ଜାମ ଏବଂ ଗଜପତି ଜିଲାରେ ବୋଲି ଜଣାପଡ଼ିଛି। ଦୁଇ ଜଣ ଗଜପତି ଜିଲା ମୋହନାର ହୋଇଥିବାବେଳେ ଅନ୍ୟ ୪ ଜଣ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର। ମୋହନା ଅଲରା ଅଞ୍ଚଳର ଦୁଇ ମୃତକ ହେଲେ ଭାସ୍କର ବିଶୋୟୀ ଏବଂ ଟୁକୁନା ଦଳେଇ। ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ।

- Advertisement -

ପୁଲିସ ସୂଚନା ଅନୁସାରେ, ଅଘଟଣ ଘଟିବା ସମୟରେ ଖଣିରେ ୧୬ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ବିସ୍ଫୋରଣ ଦ୍ଵାରା ପଥର ଫଟାଯିବା ସମୟରେ ଏକ ବିରାଟ ପଥର ଖଣ୍ଡ ଭୁଶୁଡ଼ି ଶ୍ରମିକମାନଙ୍କ ଉପରେ ପଡ଼ିଯାଇଥିଲା। ଯାହାଫଳରେ ପଥର ତଳେ ଶ୍ରମିକମାନେ ଚାପି ହୋଇଯାଇଥିଲେ।

ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ତଦନ୍ତ ନିର୍ଦେଶ ଦେଇଛନ୍ତି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories