www.samajalive.in
Monday, December 15, 2025
16.1 C
Bhubaneswar

ଜାଣନ୍ତୁ ରେଖାଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିଲା ସ୍ଥାନ

ସମାଜ ଡିଜିଟାଲ ଡେସ୍କ: ରେଖା ଗୁପ୍ତା ରାଜଧାନୀ ନୂଆଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରେଖାଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳରେ ପରବେଶ ସିଂହଙ୍କୁ ସାମିଲ କରାଯାଇଛି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆଦିଲ୍ଲୀ ଆସନରୁ ପରାଜିତ କରିଥିଲେ। ତାଙ୍କ ବ୍ୟତୀତ ରବିନ୍ଦର ଇନ୍ଦରାଜ, କପିଲ ମିଶ୍ରା, ଆଶିଷ ସୁଦ, ମନଜିନ୍ଦର ସିଂହ ସିର୍ସା ଏବଂ ପଙ୍କଜ କୁମାର ସିଂହ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଆଉ କିଛି ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ରାମଲୀଳା ମଇଦାନରେ ଅନୁଷ୍ଠିତ ଏକ ସମାରୋହରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକସେନା ତାଙ୍କୁ ପଦ ଓ ଗୋପନୀୟତାର ସହିତ ଶପଥପାଠ କରାଇଛନ୍ତି। ଦିଲ୍ଲୀରେ ବିଜେପି ୨୬ ବର୍ଷ ପରେ କ୍ଷମତାକୁ ଫେରିଥିବାବେଳେ ରେଖା ଗୁପ୍ତା ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories