ରାଜଧାନୀରେ ବୁଲାଇଲେ ଖଣ୍ଡା ; ସୋସିଆଲ ମିଡିଆରେ ଘୁରି ବୁଲୁଛି ଭିଡିଓ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଖଣ୍ଡା ବୁଲାଇବାର ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଯାହା ହଇଚଇ ସୃଷ୍ଟି କରିଛି। ଏକ ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠି ସହିଦ୍ ନଗର ଠାରୁ ରାମମନ୍ଦିର ପର୍ଯ୍ୟନ୍ତ ଖଣ୍ଡା ବୁଲାଇଥିବା ଭିଡିଓରେ ଦେଖିପାରିବେ । ତେବେ ଏଭଳି କରିବାକୁ କିଏ ଅନୁମତି ଦେଇଥିଲା ଓ ଏହାକୁ ନେଇ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚର୍ଚ୍ଚା ଜୋର ଧରିବା ସହ ସାଧାରଣରେ ଦାବି ହେଉଛି।
ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହ ଖଣ୍ଡାରେ ଅଘଟଣ ଘଟିଥିଲେ କିଏ ଦାୟୀ ହୋଇଥାନ୍ତେ ବୋଲି ସର୍ବ ସାଧାରଣ ପ୍ରଶ୍ନ କରିଛନ୍ତି।
ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..
Comments are closed.