www.samajalive.in
Saturday, December 6, 2025
16.1 C
Bhubaneswar

ନ୍ୟୁଜିଲାଣ୍ଡ ମସଜିଦ ଗୁଳିକାଣ୍ଡରେ ୬ ଭାରତୀୟ ମୃତ

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରରେ ଥିବା ୨ଟି ମସଜିଦରେ ଗତ ଶୁକ୍ରବାର ଘଟିଥିବା ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୪୯ଜଣଙ୍କ ମଧ୍ୟରେ ୬ ଭାରତୀୟ ରହିଛନ୍ତି। ନ୍ୟୁଜିଲାଣ୍ଡ ସରକାର ଏହା ସ୍ପଷ୍ଟ କରିଛନ୍ତି। ନ୍ୟୁଜିଲାଣ୍ଡରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଗୁଜରାଟର ୪ଜଣ ଏବଂ ହାଇଦ୍ରାବାଦର ୨ ଜଣ ରହିଛନ୍ତି।

ମୋଟ ୭ ଭାରତୀୟ ଏହି ଆକ୍ରମଣ ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରେ ୪ଜଣ ଗୁଜରାଟର ଏବଂ ୩ଜଣ ହାଇଦ୍ରାବାଦର ଥିଲେ। ଏମାନଙ୍କ ମଧ୍ୟରୁ ୬ଜଣ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଆହତ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ମଧ୍ୟରେ ଗୁଜରାଟର ଆରିଫ ହୋରା ଏବଂ ତାଙ୍କ ପୁଅ ରମିଜ ହୋରା ରହିଛନ୍ତି। ରମିଜ ୭ବର୍ଷ ହେଲା କ୍ରାଏଷ୍ଟଚର୍ଚ୍ଚରେ ନିଜ ପତ୍ନୀଙ୍କ ସହ ରହୁଥିଲେ। ତାଙ୍କ ବାପା ନିକଟରେ ନ୍ୟୁଜିଲାଣ୍ଡ ବୁଲିବାକୁ ଯାଇଥିଲେ। ଉଭୟେ ଗତ ଶୁକ୍ରବାର ମସଜିଦକୁ ନମାଜ ପାଠ କରିବାକୁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ଗୁଜରାଟ ନବସାରୀ ଅଞ୍ଚଳର ଜୁନୈଦ ୟୁସୁଫ କାରା ଏବଂ ଭରୁଚ ଅଞ୍ଚଳର ଲୁନାରା ଗାଁର ହାଫେସ ମୁସାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

- Advertisement -

ତେବେ ସମସ୍ତ ମୃତକଙ୍କୁ ଅକଲାଣ୍ଡଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମୃତକ ଭାରତୀୟମାନଙ୍କ ପରିବାର ଲୋକେ ଭାରତ ଫେରୁଥିବା ସୂଚନା ମିଳିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories