www.samajalive.in
Saturday, December 6, 2025
23.1 C
Bhubaneswar

ପୂର୍ବତନ ସରପଞ୍ଚଙ୍କ ଘରୁ ସଶସ୍ତ୍ର ଡକାୟତି ଘଟଣାରେ ୬ ଗିରଫ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗ୍ରାମର ପୂର୍ବତନ ସରପଞ୍ଚ କ୍ଷେତ୍ରବାସୀ ଦଳ ବେହେରାଙ୍କ ଘରୁ ଗତ ଅକ୍ଟୋବର ୨୪ ତାରିଖ ରାତିରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାରେ ବାରକୋଟ ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଏଥିସହ ଏକ ସୁନାହାର ଓ ତରଳାଯାଇଥିବା ୧୬ ଗ୍ରାମ ସୁନା ସମେତ ଅନେକ ରୂପା ଗହଣା ଜବତ ହୋଇଛି। ଏହା ସହ ୨ଟି ମୋବାଇଲ ଫୋନ, ନଗଦ ୨୦ ହଜାର ଟଙ୍କା, ଡକାୟତିରେ ବ୍ୟବହୃତ ଏକ ଦେଶୀ ପିସ୍ତଲ ଓ ଏକ ବଲେରୋକୁ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରଗଡ ଜିଲାର କୁଖ୍ୟାତ ଡକାୟତ ସଞ୍ଜୟ ଓରଫ ବୁଚୁ ମାଝୀ(୩୧), ତାର ସହଯୋଗୀ ସନ୍ତୋଷ ପାତ୍ର(୩୭)(ବଲେରୋ ଚାଳକ), କିରଣ କୁମାର ସାହୁ(୩୩), ଜଗନ୍ନାଥ ମାଝୀ (୨୮), ବିକାଶ ଲୁଗୁନ(୩୦) ଓ ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗ୍ରାମର  ନନ୍ଦ ଓରାମ(୩୯) ବୋଲି ଜଣାପଡିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତ ଝାରଖଣ୍ଡକୁ ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ଗିରଫ କରାଯାଇପାରିନାହିଁ। ଏନେଇ ବାରକୋଟ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଏସ୍.ପି. ରାହୁଲ ଜୈନ ସୂଚନା ଦେବା ସହ ଫେରାର ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ ପାଇଁ ଉଦ୍ୟମ ଚାଲିଥିବା କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଗତ ଅକ୍ଟୋବର ୨୪ ତାରିଖ ଦିନ କେତେକ ସଶସ୍ତ୍ର ଡକାୟତ ଏକ ବଲେରୋ ଯୋଗେ ସିଂହଶାଳ ଗ୍ରାମର ପୂର୍ବତନ ସରପଞ୍ଚ କ୍ଷେତ୍ରବାସୀଙ୍କ ଘରେ ପଶି ପରିବାର ଲୋକଙ୍କୁ ଏକ କୋଠରୀରେ ବନ୍ଦ କରିବା ସହ ପିସ୍ତଲ ଓ ଭୁଜାଲୀ ଦେଖାଇ ବିପୁଳ ପରିମାଣର ସୁନା ଓ ରୂପା ଗହଣା, ନଗଦ ୪୫ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ କ୍ଷେତ୍ରବାସୀ ୨୫ ତାରିଖରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories