www.samajalive.in
Saturday, December 6, 2025
26.1 C
Bhubaneswar

ମୋ’ ସ୍କୁଲ ଅଭିଯାନକୁ ୨ ବର୍ଷ – ଆରମ୍ଭ ହେଲା ମୋ ସ୍କୁଲ ମୋବାଇଲ ଆପ୍‍

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନର ପ୍ରଗତି ପାଇଁ ପୁରାତନ ଛାତ୍ରମାନଙ୍କୁ ସବୁବେଳେ ତତ୍ପର ରହିବା ଉଚିତ୍‍ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେମାନେ ଶିକ୍ଷାନୁଷ୍ଠାନର ବିକାଶ ଦିଗରେ କାର୍ଯ୍ୟ କରିଥାନ୍ତି। ମୋ’ ସ୍କୁଲ ଅଭିଯାନକୁ ୨ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷା ହିଁ ଗୋଟିଏ ଦେଶକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ସମସ୍ତଙ୍କ ସହଯୋଗ ଦ୍ୱାରା ହିଁ ଏହା ସମ୍ଭବ ହୁଏ। ଏଥିପାଇଁ କୌଣସି ଶିକ୍ଷା ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀଙ୍କ ବୃହତ୍‍ ଭୂମିକା ରହିଛି।

ଆଇଆଇଟି ଓ ଆଇଆଇଏମ୍‍ର ଉଦାହରଣ ଦେଇ ସେ କହିଛନ୍ତି, ଆଜି ବିଶ୍ୱରେ ଯଦି ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍‍ନୋଲୋଜି ଗୁଡ଼ିକ ଅନୁସନ୍ଧାନ ଦିଗରେ ଭାରତ ପାଇଁ ସୁନାମ ଆଣିପାରିଛନ୍ତି, ତେବେ ଏହି ସଫଳତାର ଶ୍ରେୟ ପୁରାତନ ଛାତ୍ରମାନଙ୍କୁ ହିଁ ଯାଏ। ଏହି ଅବସରରେ ‘ମୋ ସ୍କୁଲ ମୋବାଇଲ ଆପ୍‍’ର ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ଅଭିଯାନରେ ସାମିଲ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ମୋ ସ୍କୁଲ ଅଭିଯାନର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମୋ କଲେଜ’ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି।

- Advertisement -

ସୂଚନା ଅନୁସାରେ ମୋ ସ୍କୁଲ ଅଭିଯାନରେ ଏ ପର୍ଯ୍ୟନ୍ତ ରାଜ୍ୟର ୯ହଜାର ୯୮୫ଟି ବିଦ୍ୟାଳୟ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ୧୩ହଜାର ୨୦୪ ପ୍ରକଳ୍ପକୁ ଅନୁମୋଦନ ମିଳିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories