www.samajalive.in
Saturday, December 13, 2025
23.1 C
Bhubaneswar

ପୁଲିସ ଇନ୍‍ଫର୍ମରଙ୍କୁ ମରଣାନ୍ତକ ଆକ୍ରମଣ ମାମଲା : ୬ ଅଭିଯୁକ୍ତ ଗିରଫ, ଖଣ୍ଡା ଓ ବାଇକ୍‍ ଜବତ

ପିପିଲି : ପୁଲିସ ଇନ୍‍ଫର୍ମର ସାଜିଦ ହୁସେନ(୩୦)ଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ପିପିଲି ପୁଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ପିପିଲି ଭବାନୀପୁର ଅଞ୍ଚଳର ହାପିଜ୍ ଖାଁ (୨୫), ସାତଶଙ୍ଖ କଲୋନୀର ଜଗନ୍ନାଥ ପୁଷ୍ପାଳକ ଓରଫ ଜଗା(୧୯), ତେଇସିପୁର କାଙ୍କନଡୁଆ ଅଞ୍ଚଳର ଧରଣୀଧର ବେହେରା (୨୪), ପିପିଲି ଏନ୍‍ଏସି ୱାର୍ଡନଂ-୧୪ ସୁଲତାନନଗର ଅଞ୍ଚଳର ପ୍ରତାପ କୁମାର ବେହେରା (୨୩), ପିପିଲି ଜୟପୁର ଶାସନ ଅଞ୍ଚଳର ଏମ୍‍ଡି ତଫିକ୍ ଓରଫ ଜୁମା (୧୮) ଓ ରାଜୁ ବେହେରା (୧୮)। ଏହି ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ପିପିଲି ପୁଲିସର ଇନ୍‍ଫର୍ମର କୁହାଯାଉଥିବା ଭବାନୀପୁର ଅଞ୍ଚଳର ସାଜିଦ ହୁସେନ୍(୩୦)ଙ୍କ ଉପରେ ଗତ ୧୩ ତାରିଖ ରାତି ସାଢେ ୯ଟା ସମୟରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଶିଶୁ ଉଦ୍ୟାନ ଛକ ନିକଟରେ ସାଜିଦଙ୍କୁ କେତେକ ଯୁବକ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କ ଗୋଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପିପିଲି ପୁଲିସ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏବେ ମଧ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଏହି ଆକ୍ରମଣ ସଂପର୍କରେ ସାଜିଦ୍‍ଙ୍କ ଭାଇ ଜାହିଦ୍ ହୁସେନ୍ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ବିଭିନ୍ନ ସଙ୍ଗୀନ ଦଫାରେ ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିବା ବେଳେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ନିଜେ ଘଟଣାର ତଦନ୍ତଭାର ନେଇଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ୨ଟି ଖଣ୍ଡା ଓ ୨ଟି ବାଇକ୍‍କୁ ପୁଲିସ ଜବତ କରିଛି। ବ୍ରାଉନସୁଗାର କାରବାରକୁ ନେଇ ପୁଲିସ ଇନ୍‍ଫର୍ମର କୁହାଯାଉଥିବା ସାଜିଦ୍‍ଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଥିବା ବେଳେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories