ଚତୁର୍ଥ ପର୍ଯ୍ୟାୟ ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ: ୪୬ଟି ବିଦ୍ୟାଳୟ ଲୋକାର୍ପିତ

ଫୁଲବାଣୀ :  ଚତୁର୍ଥ ପର୍ଯ୍ୟାୟରେ ୫ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ପୋଲିସ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳର ୪୬ ଟି ବିଦ୍ୟାଳୟକୁ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ । କନ୍ଧମାଳ ଜିଲାରେ ସମୁଦାୟ ୨୦୬ ଟି ବିଦ୍ୟାଳୟ ରୂପାନ୍ତରୀକରଣ ହୋଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୂଆ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପାଞ୍ଚଟି ଜିଲ୍ଲାର ବିଦ୍ୟାଳୟଗୁଡିକ ରୂପାନ୍ତରଣ କାର୍ଯ୍ୟକ୍ରମର ଲୋକାର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ପୋଲିସ ଉଚ୍ଚ ବିଦ୍ୟାଳୟରେ କନ୍ଧମାଳ  ସାଂସଦ ଡ଼ଃ ଅଚୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ବିଭିନ୍ନ ଜିଲ୍ଲା ସ୍ଥରୀୟ ଅଧିକାରୀ, ବ୍ଲକର ସମିତି ସଭ୍ୟ ସଭ୍ୟା, ସରପଞ୍ଚ, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

 

Comments are closed.