ଦେଶର ୭୪୨ ଜିଲ୍ଲାର ସାଢ଼େ ୪ ଲକ୍ଷ ସ୍ଥାନରେ ପହଂଚିଛି ୫ଜି ସେବା

ଡେସ୍କ: ୨୦୨୨ ଅକ୍ଟୋବର ୧ରେ ୫ଜି ସେବା ଆରମ୍ଭ ହେବା ପରଠାରୁ ଦେଶର ୭୪୨ଟି ଜିଲ୍ଲାର ସାଢ଼େ ୪ ଲକ୍ଷରୁ ଅଧିକ ସ୍ଥାନକୁ ୫ଜି ସଂଯୋଗ ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହାନ ଏହି ସୂଚନା ଦେଇଛନ୍ତି। ପାଖାପାଖି ୫୫ ହଜାର ଗାଁକୁ ୪ଜି ସଂଯୋଗ ଦେବା ପାଇଁ ୪୧ ହଜାର ୩୩୧ କୋଟି ଟଙ୍କା ବ୍ୟୟ ଅଟକଳରେ ୪୧ ହଜାରରୁ ଅଧିକ ମୋବାଇଲ ଟାୱାର ମଞ୍ଜୁର କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ଦେଶର ସମସ୍ତ ଗାଁରେ ପହଞ୍ଚିବା ପାଇଁ କେନ୍ଦ୍ର ସରକାର ୧.୮୮ ଲକ୍ଷ କୋଟି ଟଙ୍କା ବ୍ୟୟରେ ଭାରତ ନେଟ୍ କାର୍ଯ୍ୟକ୍ରମରେ ସଂଶୋଧନ କରିଛନ୍ତି।

Comments are closed.