www.samajalive.in
Saturday, December 13, 2025
23.1 C
Bhubaneswar

ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ପୂର୍ବରୁ କରତାରପୁର କରିଡର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରତାରପୁର କରିଡର ଚେକ୍‌ପୋଷ୍ଟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୋଦୀ ସିଖ୍ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଗୁରୁନାନକ ଦେବଙ୍କ ୫୫୦ତମ ଜୟନ୍ତୀ ପୂର୍ବରୁ କରତାରପୁର କରିଡର ଶୁଭାରମ୍ଭ ହେବା ବହୁତ ଖୁସୀର ବିଷୟ। କରତାରପୁର ସାହିବର କୋଣ ଅନୁକୋଣରେ ଗୁରୁ ନାନକ ଦେବଙ୍କ ମହକ ସମାହିତ ହୋଇ ରହିଛି। ଏହି ମାଟିରେ ଗୁରୁ ନାନକ ଜୀବନର ଶେଷ ସମୟ କଟାଇଥିଲେ। ଏଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମିଳିମିଶି ଖାଦ୍ୟ ଗ୍ରହଣ କରିବାକୁ ଗୁରୁ ନାନକ ଏଠାରେ ବିଶ୍ବବାସୀଙ୍କୁ ସନ୍ଦେଶ ଦେଇଥିଲେ ବୋଲି ମୋଦୀ ନିଜ ଅଭିଭାଷଣରେ କହିଛନ୍ତି।

- Advertisement -

ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗୁରୁ ନାନକ ଦେବଙ୍କ ସ୍ମୃତିରେ ପ୍ରସ୍ତୁତ ହୋଇଥିବା ୫୫୦ ଟଙ୍କାର ମୁଦ୍ରା ଉନ୍ମୋଚନ କରିଛନ୍ତି। ଏହା ସହ ୫ଟି ଡାକ ଟିକେଟ୍‌ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଡାକ ଟିକେଟରେ ୫ଟି ଗୁରୁଦ୍ବାରର ଫଟୋ ଚିତ୍ର ରହିଛି।

କରତାରପୁର କରିଡର ଉଦ୍‌ଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ, ଗୁରୁଦାସପୁର ସାଂସଦ ସନୀ ଦେୱଲ ଏବଂ ପଞ୍ଜାବ ସରକାରର ସମସ୍ତ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ସମାରୋହରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ।

କରତାପୁର କରିଡର ଉଦ୍‌ଘାଟନ ସମାରୋହରେ ଯୋଗ ଦେବା ପୂର୍ବରୁ  ପ୍ରଧାନମନ୍ତ୍ରୀ ମୋଦୀ, ଗୁରଦାସପୁରର ବିଜେପି ସାଂସଦ ସନୀ ଦେୱାଲ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଅନ୍ୟମାନେ ଡେରା ବାବା ନାକକ ଗୁରୁଦ୍ବାରରେ ପହଞ୍ଚି ଆଶୀର୍ବାଦ ଭିକ୍ଷା କରିଥିଲେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories