www.samajalive.in
Saturday, December 13, 2025
23.1 C
Bhubaneswar

ମେକ୍ସିକୋ ଟ୍ରକ ଦୁର୍ଘଟଣା; ୫୩ ପ୍ରବାସୀ ମୃତ

ଚିଆପାସ (ମେକ୍ସିକୋ): ମେକ୍ସିକୋର ଦକ୍ଷିଣ ଭାଗରେ ଏକ ମର୍ମନ୍ତୁଦ ଟ୍ରେଲର ଦୁର୍ଘଟଣାରେ ୫୩ ଜଣ କେନ୍ଦ୍ର ଆମେରିକାରେ ପ୍ରବାସୀ ପ୍ରାଣ ହରାଇଛନ୍ତି । ଏହି ଟ୍ରକଟି ଏକ ତୀଖ ବୁଲାଣି ଅତିକ୍ରମ କରୁଥିବା ସମୟରେ ଓଲଟି ପଡିଥିଲା । ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଲାଟିନ ଆମେରିକାରୁ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଆମେରିକା ମଧ୍ୟକୁ ପ୍ରବେଶ କରିଥାନ୍ତି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ପ୍ରବାସୀ ଲୋକମାନେ ଯାଉଥିବା ଏହି ଟ୍ରକ-ଟ୍ରେଲରଟି ଚିଆପାସ ନିକଟରେ ଏକ ତୀଖ ମୋଡ ବୁଲୁଥିବାବେଳେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ତାହା ରାସ୍ତା କଡରେ ଥିବା ସୁରକ୍ଷା ପ୍ରାଚୀରରେ ପିଟି ହୋଇଯାଇଥିଳା । ପରେ ତାହା ସେଠାରେ ଓଲଟି ପଡିଥିଲା । ଏଥିରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । ଗାଡିର ବେଗ ଅଧିକ ଥିବାରୁ ଡ୍ରାଇଭର ତାହାକୁ ନିୟନ୍ତ୍ରଣ କରିପାରିନଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।

Hot this week

ପୂର୍ବରୁ ୧୩ଥର ହୋଇସାରିଛନ୍ତି , ଏବେ ପୁର୍ନବାର କାହିଁକି ?

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

Related Articles

Popular Categories